କାମ କଲେ ପଦନ୍ନୋତି, ନହେଲେ ଯିବ ଚାକିରି

ଭୁବନେଶ୍ୱର: ଠକ କର୍ମଚାରୀଙ୍କୁ ସାବଧାନ। ଏଣିକି ଦକ୍ଷତାର ସହ କାମ ନକଲେ ଚାକିରି ହରାଇବେ ସରକାରୀ କର୍ମଚାରୀ। କାମ ନକଲେ ଅବସର, ଭଲ କାମ କଲେ ମିଳିବ ପଦୋନ୍ନତି। ଏନେଇ ସବୁ ବିଭାଗକୁ ଚିଠି କଲା ସାଧାରଣ ପ୍ରଶାସନ ବିଭାଗ।

ସାଧାରଣ ପ୍ରଶାସନ ବିଭାଗ ଚିଠି ଅନୁସାରେ ଭଲ କାମ କରୁନଥିବା କର୍ମଚାରୀଙ୍କୁ ଦିଆଯିବ ଅପରିପକ୍ୱ ଅବସର। କାମ ନକଲେ ଅବସର, ଭଲ କାମ କଲେ ପଦୋନ୍ନତି ମିଳିବ। ଏନେଇ ବିଭାଗୀୟ କମିଟି କରି ଚୟନ କରିବାକୁ ସବୁ ବିଭାଗକୁ ସାଧାରଣ ପ୍ରଶାସନ ବିଭାଗ ଚିଠି କରିଛି।

ନଭେମ୍ବର ୩୦ ମଧ୍ୟରେ ଜିଲ୍ଲାପାଳ, ନିର୍ଦ୍ଦେଶାଳୟରୁ ତାଲିକା ଯିବ। ଡିସେମ୍ବର ୧୦ ମଧ୍ୟରେ ପଦୋନ୍ନତି, ଅବସର କମିଟି ମିଟିଂ ବସିବ। ଡିସେମ୍ବର ୧୫ ମଧ୍ୟରେ ଫାଇନାଲ ରିପୋର୍ଟ, ୩୧ ସୁଦ୍ଧା ଚୂଡ଼ାନ୍ତ ତାଲିକା କରାଯିବ ବୋଲି ଜଣାପଡ଼ିଛି।

You might also like