ଅକ୍ଟୋବର ୨ରୁ ରାଜ୍ୟ ସରକାର ଲାଗୁ କରିବେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା

ଭୁବନେଶ୍ୱର : ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀରୁ ରାଜ୍ୟ ସରକାର ଲାଗୁ କରିବେ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା। ଏ ସମ୍ପର୍କରେ ଅାଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ନବୀନ କହିଛନ୍ତି ଓଡ଼ିଶାରେ ଜାତୀୟ ଖାଦ୍ୟ ସୁରକ୍ଷା ଅାଇନ୍, ୨୦୧୧ ଜନ ଗଣନା ଅାଧାରରେ କାର୍ଯ୍ୟକାରୀ ହେଉଛି।

ପରବର୍ତ୍ତୀ ସମୟରେ ରାଜ୍ୟର ଜନସଂଖ୍ୟା ୧୪ ପ୍ରତିଶତ ବୃଦ୍ଧି ପାଇଥିବାରୁ ଲକ୍ଷ ଲକ୍ଷ ହିତାଧିକାରୀ ଏହି ଯୋଜନାରୁ ବାଦ୍ ପଡିଛନ୍ତି। ଏ ନେଇ କେନ୍ଦ୍ର ସରକାରଙ୍କୁ ବହୁବାର ଚିଠି ଲେଖି ଜଣାଇଥିଲେ ବି କୌଣସି ପଦକ୍ଷେପ ନିଅାଯାଇ ନାହିଁ। ବାଦ୍ ପଡିଥିବା ହିତାଧିକାରୀଙ୍କୁ ମଧ୍ୟ ଏଭଳି ଯୋଜନାର ସୁଫଳ ଦେବାକୁ ରାଜ୍ୟ ସରକାର ପଦକ୍ଷେପ ନେଇ ନୂଅା ବ୍ୟବସ୍ଥା ଲାଗୁ କରିବାକୁ ଯାଉଛନ୍ତି।

ଏହି ବ୍ୟବସ୍ଥା ଦ୍ୱାରା ୩୩ଲକ୍ଷ ୪୪ ହଜାର ଗରିବ ହିତାଧିକାରୀ ଉପକୃତ ହେବେ ବୋଲି କହିଛନ୍ତି ମୁଖ୍ୟମନ୍ତ୍ରୀ। ରାଜ୍ୟ ସରକାରଙ୍କ ନିଜସ୍ୱ ଖାଦ୍ୟ ସୁରକ୍ଷା ବ୍ୟବସ୍ଥା ଘୋଷଣା ନିର୍ବାଚନ ପୂର୍ବରୁ ଏହା ଅାଉ ଏକ ଚାଲ୍ ବୋଲି କହିଛନ୍ତି କଂଗ୍ରେସ ଓ ବିଜେପି।

You might also like