ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଆଗ ଟିକା !
ଭୁବନେଶ୍ୱରରେ ଟିକା ପହଞ୍ଚିଲେ ପ୍ରଥମେ ଯିବ ରାଜ୍ୟ ଟିକା କେନ୍ଦ୍ର
ଭୁବନେଶ୍ୱର : ମହମାରୀରୁ ମିଳିବ ମୁକ୍ତି, ରାଜ୍ୟକୁ ଆଜି ଆସୁଛି କରୋନା ସଞ୍ଜିବନୀ। ଆଜ ଅପରାହ୍ନ ୪ଟା ୨୫ରେ ସ୍ପାଇସ୍ ଜେଟ୍ ବିମାନ ଯୋଗେ ଭୁବନେଶ୍ୱରରେ ପହଞ୍ଚିବ ସିରମ ଇନଷ୍ଟିଚ୍ୟୁଟ୍ ଦ୍ୱାରା ପ୍ରସ୍ତୁତ କୋଭିସିଲ୍ଡ କରୋନା ଟିକା । ତେବେ ବୟସ୍କ ସ୍ୱାସ୍ଥ୍ୟକର୍ମୀଙ୍କୁ ଅଗ୍ରାଧିକାର ଦିଆଯାଇ ପ୍ରଥମେ ଟିକା ଦିଆଯିବ। ଭୁବନେଶ୍ୱରରେ ଟିକା ପହଞ୍ଚିଲେ ପ୍ରଥମେ ରାଜ୍ୟ ଟିକା କେନ୍ଦ୍ରକୁ ଯିବ। ସେଠାରୁ ନିଜ ଜିଲ୍ଲାକୁ ଟିକା ନେଇଯିବା ପାଇଁ ସବୁ ଜିଲ୍ଲାପାଳଙ୍କୁ ଚିଠି କରାଯାଇଛି। ସେମାନେ ଭ୍ୟାକସିନ ଗାଡ଼ି ପଠାଇ ସେମାନଙ୍କ ଟିକା ନେଇଯିବେ ବୋଲି ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ର।
#ବୟସ୍କ_ସ୍ୱାସ୍ଥ୍ୟକର୍ମୀଙ୍କୁ_ଆଗ_ଟିକା
ଆଜି ଅପରାହ୍ନରେ ଭୁବନେଶ୍ୱରରେ ପହଞ୍ଚିବ କରୋନା ଟିକା, ଅପରାହ୍ନ ୪ଟା ୨୫ରେ ସ୍ପାଇସ୍ ଜେଟ୍ ବିମାନରେ ପହଞ୍ଚିବ ଟିକା । ସ୍ୱାସ୍ଥ୍ୟ ବିଭାଗ ଅତିରିକ୍ତ ମୁଖ୍ୟ ସଚିବ ପ୍ରଦୀପ୍ତ ମହାପାତ୍ରଙ୍କ ସୂଚନା ।#Odisha pic.twitter.com/cUfkyiMJhC— ଓଟିଭି (@otvkhabar) January 12, 2021
ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି । ସେହିପରି ସମୁଦାୟ ୨୭ଟି ସରକାରୀ ହସ୍ପିଟାଲ ଓ ୧୮ଟି ପ୍ରାଇଭେଟ୍ ହସ୍ପିଟାଲରେ ଭ୍ୟାକସିନେସନ ସେଣ୍ଟର କରିବାକୁ ନିଷ୍ପତି ହୋଇଛି ବୋଲି ବିଏମସି କମିଶନର କହିଛନ୍ତି ।
ଆଜି ଭୋର୍ ପ୍ରାୟ ସାଢେ ୪ଟାରେ ପ୍ରଥମେ ପୁଣେର ସିରମ ଇନଷ୍ଟିଟ୍ୟୁଟ୍ରୁ ସ୍ୱତନ୍ତ୍ର ଟ୍ରକ୍ରେ ଟିକାଗୁଡିକୁ ବିମାନ ବନ୍ଦର ଅଣାଯାଇଥିଲା । ଏଥିପାଇଁ ଟିକା ଟ୍ରକ୍ ଗୁଡିକୁ ଜେଡ୍ ପ୍ଲସ୍ ସୁରକ୍ଷା ଯୋଗାଇ ଦିଆଯାଇଥିଲା। ପରେ ବିମାନ ବନ୍ଦରରୁ ସ୍ପାଇସ୍ ଜେଟ୍ ବିମାନରେ ଟିକାକୁ ଭୁବନେଶ୍ୱର ଅଣାଯାଉଛି। ବିମାନବନ୍ଦରରେ ପହଞ୍ଚିବା ପରେ ଟିକା ଗୁଡିକୁ ରାଜ୍ୟ ଟିକା କେନ୍ଦ୍ରରେ ରଖାଯିବ। ଏହା ପରେ ପ୍ରତି ଜିଲ୍ଲାର ଟିକା କେନ୍ଦ୍ରକୁ ପଠାଯିବ। ସେପଟେ ବିଏମସି କମିଶନର କହିଛନ୍ତି, ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରର ୨୧ ହଜାର ଡାକ୍ତର, ସ୍ୱାସ୍ଥ୍ୟକର୍ମୀ ଓ ଆଗଧାଡିର କର୍ମଚାରୀମାନଙ୍କ ଲିଷ୍ଟ ରାଜ୍ୟ ସରକାରଙ୍କୁ ଦିଆଯାଇଛି।