ଗୁଜରାଟରେ ରହୁଥିବା ପ୍ରବାସୀ ଓଡ଼ିଆଙ୍କୁ ବସ୍ ଯୋଗେ ଫେରାଇ ଅଣାଯିବ: ସିଏମ୍‌ଓ

ଭୁବନେଶ୍ୱର: ଗୁଜରାଟରୁ ବସ୍‌ରେ ଫେରିବେ ପ୍ରବାସୀ ଓଡ଼ିଆ। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି। ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା ପରେ ରାଜ୍ୟ ସରକାର ଏହି ନିଷ୍ପତ୍ତି ନେଇଛନ୍ତି।  ପ୍ରବାସୀ ଓଡ଼ିଆ ଶ୍ରମିକଙ୍କୁ ବସ୍ ଯୋଗେ ଫେରାଇ ଆଣିବାକୁ ବ୍ୟବସ୍ଥା କରାଯିବ। ବସ୍‌ରେ ରୋଡ୍ ଟ୍ୟାକ୍ସ ଛାଡ଼ କରିବାକୁ ୩ ରାଜ୍ୟ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଓ ଛତିଶଗଡ଼ ସରକାରଙ୍କୁ ଅନୁରୋଧ କରାଯିବ।

ଉଭୟ ଗୁଜରାଟ ଓ ଓଡ଼ିଶାରୁ ୪ ବରିଷ୍ଠ ଅଫିସରଙ୍କୁ ନେଇ ସମନ୍ୱୟ କମିଟି ଗଠନ ହେବ। ବସ୍ ବ୍ୟତୀତ ଅନ୍ୟ ପରିବହନ ସଂପର୍କରେ ଅନୁଧ୍ୟାନ ପରେ ନିଷ୍ପତ୍ତି ହେବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ସୂଚନା ଦେଇଛି।

ତେବେ ଓଡ଼ିଶା ଫେରିବାକୁ ଚାହୁଁଥିବା ସମସ୍ତଙ୍କ ପାଇଁ ପଞ୍ଜୀକରଣ ବାଧ୍ୟତାମୂଳକ। ଓଡ଼ିଶାରେ ପହଞ୍ଚିବା ପରେ ସେମାନଙ୍କୁ କ୍ୱାରେଣ୍ଟିନ୍‌ରେ ରଖାଯିବ। ଆଜି ଏନେଇ ଭିଡିଓ କନ୍‌ଫେରେନ୍ସିଂରେ ଗୁଜରାଟ ମୁଖ୍ୟମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଆଲୋଚନା ବେଳେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଉପସ୍ଥିତ ଥିଲେ।

You might also like