୧୧ ଖଣି ନିଲାମ କରିବେ ଓଡ଼ିଶା ସରକାର

ଭୁବନେଶ୍ୱର: ଚଳିତ ଆର୍ଥିକ ବର୍ଷରେ ୧୧ଟି ଖଣି ନିଲାମ କରିବେ ଓଡ଼ିଶା ସରକାର। ମାର୍ଚ୍ଚ ସୁଦ୍ଧା ଏହି ନିଲାମ ପ୍ରକ୍ରିୟା ସରିବ।

ନିଲାମ ହେବାକୁ ଥିବା ଖଣି ମଧ୍ୟରେ ରହିଛି ଲୁହାପଥର, ମାଙ୍ଗାନିଜ୍, ଗ୍ରାଫାଇଟ୍, ଲାଇମ୍‌ଷ୍ଟୋନ୍‌, ଡୋଲୋମାଇଟ୍ ଖଣି। ଏବେ ଏସବୁ ଖଣିର ନିଲାମ ଡକ୍ୟୁମେଣ୍ଟରେ ସାମାନ୍ୟ ସଂଶୋଧନ ପାଇଁ ସରକାରଙ୍କ ନିକଟକୁ ପଠାଯାଇଛି। ସଂଶୋଧିତ ଡକ୍ୟୁମେଣ୍ଟ ଆସିବା ମାତ୍ରେ ନିଲାମ ପ୍ରକ୍ରିୟା ଆରମ୍ଭ ହେବ ବୋଲି ରାଜ୍ୟ ଖଣି ନିର୍ଦ୍ଦେଶକ ଦେବୀଦତ୍ତ ବିଶ୍ୱାଳ ସୂଚନା ଦେଇଛନ୍ତି।

ସେହିପରି ଖଣି ନିର୍ଦ୍ଦେଶକ କହିଛନ୍ତି, ଗତ ଆର୍ଥିକ ବର୍ଷ ରାଜ୍ୟ ସରକାର ୨୪ଟି ଖଣି ନିଲାମ ପାଇଁ ଟାର୍ଗେଟ୍ ରଖିଥିଲେ ଓ ସମସ୍ତ ଖଣି ନିଲାମ ହୋଇଥିଲା। କିନ୍ତୁ ସେଥିମଧ୍ୟରୁ ମାତ୍ର ୧୯ଟି ଖଣିର ମାଇନିଂ ଲିଜ୍ ଡିଡ୍ କାର୍ଯ୍ୟକାରୀ ହୋଇଥିଲା।

ତେବେ ନିର୍ଦ୍ଧାରିତ ସମୟ ମଧ୍ୟରେ ମାଇନିଂ ଲିଜ୍ ଡିଡ୍ ଏଗ୍ରିମେଣ୍ଟ କରିବାରେ ବିଫଳ ହେବାରୁ ଜେଏସ୍‌ପିଏଲ୍‌କୁ ଗୁଆଲି ଲୁହାପଥର ଖଣି ଏବଂ ଶ୍ୟାମ୍ ଷ୍ଟିଲ୍‌କୁ ଜିଲିଂ-ଲାଙ୍ଗାଲୋଟା ଖଣି ହରାଇବାକୁ ପଡ଼ିଛି। ଏବେ ଏହି ଖଣି ଦ୍ୱୟକୁ ୧୦ ବର୍ଷ ପାଇଁ ଓମ୍‌ସିକୁ ଦିଆଯାଇଛି।

You might also like