ଦେଶର ସର୍ବଶ୍ରେଷ୍ଠ ୧୫ ଟେଲିଭିଜନ ନେଟୱର୍କ ମଧ୍ୟରେ ସ୍ଥାନ ପାଇଲା ଓଟିଭି

ଭୁବନେଶ୍ୱର: ଦେଶର ସର୍ବଶ୍ରେଷ୍ଠ ୧୫ ଟେଲିଭିଜନ ନେଟୱର୍କ ମଧ୍ୟରେ ସ୍ଥାନ ପାଇଲା ଓଡ଼ିଶା ଟେଲିଭିଜନ ନେଟୱର୍କ। ପ୍ରଥମ ଓଡ଼ିଆ ଚ୍ୟାନେଲ୍‌ ଭାବେ ଓଟିଭିକୁ ଏହି ସଫଳତା ମିଳିଛି। ଜୁଲାଇ ମାସର BARC’s ନେଟ୍‌ୱାର୍କ ଲେଭଲ ପରଫର୍ମାନ୍ସରେ ଲିଷ୍ଟର ୧୫ ଶ୍ରେଷ୍ଠ ନେଟ୍‌ୱର୍କ ମଧ୍ୟରେ ସ୍ଥାନ ପାଇଛି ଓଟିଭି। ଓଡ଼ିଶା ଏବଂ ବାହାରେ ରହୁଥିବା ଓଡ଼ିଆଙ୍କ ଅଜଶ୍ର ସମର୍ଥନ ଓ ଭଲପାଇବା ହିଁ ଓଟିଭିକୁ  ଏହି ସଫଳତା ଆଣି ଦେଇଛି।

ଓଡ଼ିଶାର ନମ୍ବର ୱାନ୍‌ ଚ୍ୟାନେଲ ଭାବେ ଓଟିଭି ସବୁବେଳେ ତାର ଦାୟିତ୍ୱ କରିଆସିଛି। ‘ଖବର ଆମର ନିଷ୍ପତ୍ତି ଆପଣଙ୍କର’ ନାରା ଦେଇ ଓଟିଭି ରାଜ୍ୟବାସୀଙ୍କ ବିଶ୍ୱାସଭାଜନ ହୋଇପାରିଛି। ନିରପେକ୍ଷ ସାମ୍ବାଦିକତାକୁ ଗୁରୁତ୍ୱ ଦେଇ ଆସୁଥିବା ଓଟିଭି ସବୁବେଳେ ଓଡ଼ିଶାବାସୀଙ୍କୁ ସୁଖ, ଦୁଃଖରେ ଛିଡ଼ା ହୋଇଛି। ଜନତାଙ୍କ ଜୀବନ ଜୀବିକାର କଥା କହିଛି। ବ୍ୟବସ୍ଥାର ନାଲି ଆଖିକୁ ଖାତିର ନ କରି ଲୋକଙ୍କ ପ୍ରଶ୍ନକୁ ପ୍ରସଙ୍ଗ କରିଛି। ଅସହାୟଙ୍କୁ ସବୁବେଳେ କହି ଆସିଛି “ଆପଣ ଏକା ନୁହଁନ୍ତି।”


ଓଟିଭିର ଏହି ସଫଳତା ବିଷୟରେ ସୂଚନା ଦେଇ ଓଡ଼ିଶାବାସୀଙ୍କୁ ଧନ୍ୟବାଦ ଦେଇଛନ୍ତି ଓଟିଭିର ପରିଚାଳନା ନିର୍ଦ୍ଦେଶିକା ଜଗି ମଙ୍ଗତ ପଣ୍ଡା।

 

ଆହୁରି ପଢ଼ନ୍ତୁ

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

୨୪ ଘଣ୍ଟାରେ ଓଡ଼ିଶାରେ ୪,୩୩୦ କରୋନା ପଜିଟିଭ୍‌ ଚିହ୍ନଟ: ଖୋର୍ଦ୍ଧାରୁ ୬୪୪, କଟକରୁ ୫୪୯

ବଙ୍ଗୋପସାଗରରେ ଲଘୁଚାପ ବଳୟ ସୃଷ୍ଟି, ଆସନ୍ତା ୩ ଦିନ ଯାଏ ବର୍ଷା ସମ୍ଭାବନା

ଶ୍ରୀମନ୍ଦିରର ବରିଷ୍ଠ ସେବାୟତ ପ୍ରେମାନନ୍ଦ ଦାସମହାପାତ୍ରଙ୍କ ପରଲୋକ

‘ଜ୍ୱାଇଁ ମୋ ଝିଅ ବେକରେ ଦଉଡ଼ି ଲଗାଇ ମାରି ଦେଇଛନ୍ତି’ 

ବର୍ଷା ହେବାରୁ ଗଛତଳେ ଆଶ୍ରୟ ନେଇଥିଲେ, ହଠାତ୍‌ ହେଲା ବଜ୍ରପାତ

ଆଜି ପୁଣି ସୁସ୍ଥ ସଂଖ୍ୟା ୪ହଜାର ଟପିଲା

‘କରୋନାରୁ ଆରୋଗ୍ୟ ପରେ ବି ହୋଇପାରେ ସଂକ୍ରମଣ’

ରାଜଧାନୀରେ ଦିନକରେ ୩୪୨ କରୋନା ପଜିଟିଭ୍ ଚିହ୍ନଟ

IT ଛାତ୍ର ତିଆରି କଲେ ଦେଶୀ ଭେଣ୍ଟିଲେଟର

ପୁଣି ନିର୍ମାଣ ହେବ ପାଥରପୁରୀ ହଷ୍ଟେଲ ପାଚେରୀ

ପ୍ରବଳ ବର୍ଷିବ, ୭ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ

You might also like