ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନ ଚାଉଳ ଓ ରୋଷେଇ ଖର୍ଚ୍ଚ

ଭୁବନେଶ୍ୱର: ଲକ୍‌ଡାଉନ୍‌ ସମୟରେ ଓଡ଼ିଶାର ଛାତ୍ରଛାତ୍ରୀଙ୍କୁ ମିଳିବ ୫୭ ଦିନର ମଧ୍ୟାହ୍ନ ଭୋଜନ ଚାଉଳ। ଅର୍ଥାତ୍‌ ଜୁନ୍ ୧୪ରୁ ହିସାବକରି ଅଗଷ୍ଟ ୩୧ ଯାଏ ମୋଟ୍‌ ୫୭ଟି କାର୍ଯ୍ୟ ଦିବସ ପାଇଁ ଛାତ୍ରଛାତ୍ରୀଙ୍କୁ ଏହି ଚାଉଳ ମିଳିବ। ସ୍କୁଲ୍‌ରେ ଗଚ୍ଛିତ ଥିବା ଚାଉଳକୁ ଛାତ୍ରଛାତ୍ରୀଙ୍କୁ ଦିଆଯିବ।

ଯେଉଁଠି ଚାଉଳ ନିଅଣ୍ଟ ଥିବ ବା ନ ଥିବ ସେସବୁ ସ୍ଥାନରେ ଛାତ୍ରଛାତ୍ରୀଙ୍କୁ ଏକ କୁପନ୍‌ ମିଳିବ।  ଏହି କୁପନ୍‌ ଦେଖାଇ ପିଡିଏସ୍‌ କାଉଣ୍ଟରରୁ ଚାଉଳ ନେଇପାରିବେ ଛାତ୍ରଛାତ୍ରୀ। ଏନେଇ ରାଜ୍ୟ ମଧ୍ୟାହ୍ନ ଭୋଜନ ନୋଡାଲ ଅଫିସରଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଚିଠି ଲେଖିଛି। ସେହିପରି ରନ୍ଧା ଖର୍ଚ୍ଚ ଅଭିଭାବକଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ପଠାଇବା ଲାଗି ଚିଠିରେ ନିର୍ଦ୍ଦେଶ ରହିଛି।

ଅନ୍ୟପକ୍ଷରେ, ଯେଉଁ ସ୍କୁଲ୍‌ ଗୁଡ଼ିକରେ କ୍ୱାରେଣ୍ଟିନ୍‌ ସେଣ୍ଟର ହୋଇଛି, ସେହି ସ୍କୁଲ୍‌ର ପ୍ରଧାନଶିକ୍ଷକ ବିଦ୍ୟାଳୟ ପରିସରରେ ଚାଲୁଥିବା କ୍ୱାରେଣ୍ଟିନ୍ ସେଣ୍ଟରର ଫୁଡ୍‌ ସପ୍ଲାୟର୍‌ଙ୍କୁ ଚାଉଳ ବିକ୍ରି କରିପାରିବେ। କିଲୋ ୩୨ ଟଙ୍କା ଦରରେ ଚାଉଳ ବିକି ପାରିବେ। ବିକ୍ରି ହୋଇଥିବା ଏହି ଟଙ୍କାକୁ ପ୍ରଧାନଶିକ୍ଷକମାନେ ଜିଲ୍ଲା ଶିକ୍ଷା ଅଧିକାରୀଙ୍କ ନିକଟରେ ଜମା କରିପାରିବେ। ଏହା ହେଉଛି ଦ୍ୱିତୀୟ ପର୍ଯ୍ୟାୟ।

ସୂଚନାଥାଉ କି, ପ୍ରଥମ ପର୍ଯ୍ୟାୟରେ ମାର୍ଚ୍ଚ ୧୩ରୁ ଜୁନ୍‌ ୧୩ ଯାଏ ୯୦ ଦିନ ପାଇଁ ଛାତ୍ରଛାତ୍ରୀଙ୍କୁ ଚାଉଳ ଓ ରୋଷେଇ ଖର୍ଚ୍ଚ ପ୍ରଦାନ କରାଯାଇଛି।

ଆହୁରି ପଢ଼ନ୍ତୁ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

ଦିନକରେ ୧୦ ଆକ୍ରାନ୍ତଙ୍କ ମୃତ୍ୟୁ, ଓଡ଼ିଶାରେ ୭୦୦ ଟପିଲା କରୋନା ମୃତ୍ୟୁ ସଂଖ୍ୟା

You might also like