• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ରାଜସ୍ଥାନ କୋଟାରେ ଅଟକି ରହିଛନ୍ତି ଓଡ଼ିଶାର ଶତାଧିକ ଛାତ୍ରଛାତ୍ରୀ। ସେଠାରେ ସେମାନେ ମେଡିକାଲ୍ ଓ ଇଞ୍ଜିନିୟରିଂ କୋଚିଂ ନେଉଥିଲେ। ତେବେ ରାଜସ୍ଥାନରେ କୋରାନା ବ୍ୟାପିବା ପରେ ଆତଙ୍କିତ ଅବସ୍ଥାରେ ଥିବାରୁ ଏବଂ ଲକ୍‌ଡାଉନ୍ ପରେ ଖାଇବା ସାମଗ୍ରୀ ମିଳିବାରେ ଅସୁବିଧା ହେଉଥିବାରୁ ଏହି ଛାତ୍ରଛାତ୍ରୀମାନେ ଘରକୁ ଫେରିବାକୁ ଚାହୁଁଛନ୍ତି।

ସେମାନଙ୍କୁ ସେଠାରୁ ଉଦ୍ଧାର କରିବାକୁ ଓଡ଼ିଶା ସରକାରଙ୍କୁ ନିବେଦନ କରିଛନ୍ତି ଛାତ୍ରଛାତ୍ରୀ। ଗତ କିଛି ଦିନ ତଳେ ଉତ୍ତରପ୍ରଦେଶ ସରକାର ରାଜ୍ୟର ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରି ନେଇଥିବା ବେଳେ ଏବେ ଓଡ଼ିଶା ସରକାର ବି ଛାତ୍ରଛାତ୍ରୀଙ୍କୁ ଉଦ୍ଧାର କରନ୍ତୁ ବୋଲି ସେମାନେ ଭିଡିଓ ମେସେଜରେ ନିବେଦନ କରିଛନ୍ତି।

ଅପରପକ୍ଷେ, ଅନ୍ୟ ରାଜ୍ୟର ଛାତ୍ରଛାତ୍ରୀଙ୍କୁ ସେହି ରାଜ୍ୟର ସରକାର ଚାହିଁଲେ ନେଇପାରିବେ ବୋଲି ଟ୍ୱିଟ୍ କରି ସୂଚନା ଦେଇଛନ୍ତି ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍। କୋଟାରେ ଥିବା ଛାତ୍ରଛାତ୍ରୀ ବିଚଳିତ ନହେବାକୁ ସେ ନିବେଦନ କରିଛନ୍ତି।

Odisha-students-stranded-in-rajasthan-want-to-back-odisha1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories