୩ ଘଣ୍ଟା ଚାର୍ଜ ହେଲେ ୪୦ କି.ମି. ଗଡ଼ିବ ଏହି ବ୍ୟାଚେରୀ ଚାଳିତ ସାଇକେଲ

ସୋର: କଥାରେ ଅଛି ଇଚ୍ଛା ଥିଲେ ଉପାୟ ଆପେ ଆପେ ଆସେ। ଯାହାର ଉଦାହରଣ ଦେଖିବାକୁ ମିଳିଛି ଜଣେ ଛାତ୍ରଙ୍କ ନିକଟରେ। ବିନା କୌଣସି ତାଲିମରେ ନିଜ ଉଦ୍ୟମରେ ବାଲେଶ୍ୱର ଜିଲ୍ଲା ସୋର ବ୍ଲକ୍‌ ଅନ୍ତର୍ଗତ ସାଜନପୁର କସବା ଗାଁର ଜୀବନଜ୍ୟୋତି ନାୟକ ବ୍ୟାଚେରୀ ଚାଳିତ ସାଇକେଲ ତିଆରି କରିଛନ୍ତି। ଏହି ସାଇକେଲ୍‌ ବ୍ୟବହାର କରିବା ଦ୍ୱାରା ପରିବେଶ ପ୍ରଦୂଷଣ ହେବନାହିଁ।

ଆସନ୍ତୁ ଜାଣିବା ଏହି ବ୍ୟାଟେରୀ ଚାଳିତ ସାଇକେଲ୍‌ ବିଷୟରେ…

ଏହା ସାଇକେଲ୍‌ ଭଳି ଦେଖା ଯାଉଥିଲେ ବି ଏହାର କାମ ମୋଟର ସାଇକେଲ୍‌ ପରି। ଷ୍ଟାର୍ଟ ହେଉଛି, ହର୍ଣ୍ଣ ବାଜୁଛି ଏବଂ ଆସେଲେରେଟର ମୋଡ଼ିଲେ ସାଇକେଲ ଆଗକୁ ଚାଲୁଛି। ସବୁଠାରୁ ବଡ଼ କଥା, ଏଥିପାଇଁ ନା ଆପଣଙ୍କୁ ଡିଜେଲ ନା ପେଟ୍ରୋଲର ଆବଶ୍ୟକତା ପଡ଼ିବ। କାରଣ ଏହା ବ୍ୟାଟେରୀରେ ଚାଲୁଛି। ଏହି ସାଇକେଲ୍‌ ପରିବେଶକୁ ପ୍ରଦୂଷଣରୁ ମୁକ୍ତ କରିବାରେ ସାହାଯ୍ୟ କରିବ। ଜୀବନଜ୍ୟୋତି ଯୁକ୍ତ ତିନିର ବିଜ୍ଞାନ ଛାତ୍ର।

ସାଇକେଲ୍‌ରେ ବ୍ୟବହୃତ ବ୍ୟାଟେରୀ ୩ଘଣ୍ଟା ଚାର୍ଜ ହେଲେ ୩୫ରୁ ୪୦ କିଲୋମିଟର ଗଡ଼ି ପାରିବ ସାଇକେଲ। ଯଦି ବ୍ୟାଟେରୀ ସରିଯାଏ ତେବେ ପେଡାଲ୍‌ ମାରିଲେ ବି ସାଇକେଲ୍‌ ଗଡ଼ିବ। ଏଥିରେ ଲିଥିୟମ ଆୟନ ବ୍ୟାଟେରୀ, ୨୪ଭୋଲ୍ଟର ୨୫୦ ୱାଟ୍‌ର ଗିୟର ମୋଟର, ହେଡଲାଇଟ୍, ହର୍ଣ୍ଣ, ଆସେଲେରେଟର, ବ୍ରେକ୍ ଲାଗିବା ସହ ମୋବାଇଲ ଚାର୍ଚ୍ଚ କରିବାର ସୁବିଧା ବି ରହିଛି। ମୋଟ୍‌ ୧୩ ହଜାର ୫୦୦ ଟଙ୍କାରେ ତିଆରି ହୋଇଛି ଏହି ବ୍ୟାଟେରୀ ଚାଳିତ ସାଇକେଲ।

ପିଲାବେଳୁ ବୈଦୁତିକ ଉପକରଣକୁ ନେଇ କିଛି ନୂଆ କରିବାର ଇଚ୍ଛା ରଖିଥିବା ଜୀବନଜ୍ୟୋତି ଏଭଳି ସାଇକେଲ ତିଆରି କରି ସଫଳତା ପାଇଛନ୍ତି। ଏହି ସାଇକେଲକୁ ଆକର୍ଷଣୀୟ ଷ୍ଟିକରିଂ କରିବା ସହ ଏହାର ନାଁ ଦେଇଛନ୍ତି ‘ଏଲ୍ ବେଞ୍ଚ୍’। ତାଙ୍କର ଏଭଳି ନିଆରା ଉଦ୍ଭାବନ ପାଇଁ ତାଙ୍କ ପରିବାରଠୁ ଆରମ୍ଭ କରି ଅଞ୍ଚଳବାସୀ ବେଶ୍ ଖୁସୀ।

ବିନା କୌଣସି ତାଲିମରେ ଏଭଳି ନିଆରା ଉଦ୍ଭାବନ କରି ପରିବେଶକୁ ପ୍ରଦୂଷଣ ମୁକ୍ତ କରିବାର ବାର୍ତ୍ତା ଦେଇ ଜୀବନଜ୍ୟୋତି ବେଶ୍ ଚର୍ଚ୍ଚାକୁ ଆସିଛନ୍ତି।

ଆହୁରି ପଢ଼ନ୍ତୁ

ଭୁଲ୍‌ କେଉଁଠି ରହିଲା ଜାଣି ପାରିଲେନି ପ୍ରେମିକ

ସତରେ କ’ଣ ଏହା ନର୍କର ପ୍ରବେଶ ପଥ ?

ବାରମ୍ବାର ସଂଶୋଧନ କରିପାରିବେ ନାହିଁ ଆଧାର କାର୍ଡ

ମାଙ୍କଡ଼ କଲା ଅନ୍‌ଲାଇନ୍‌ ସପିଂ !

୯୦ ଟଙ୍କାରେ କିଣିଥିବା ଫୁଲଦାନୀକୁ ବିକିଲେ ୪.୪୮ କୋଟି ଟଙ୍କାରେ

ଓଡ଼ିଶାର ଏହି ସ୍ଥାନରେ ପ୍ରତିବର୍ଷ ଭିକ୍ଷୁକ ମେଳା ଆୟୋଜିତ ହୁଏ !

କନେଷ୍ଟବଳଙ୍କୁ ଶୌଚାଳୟରେ ବନ୍ଦ କରି ଫେରାର୍‌ ଅଭିଯୁକ୍ତ ମହିଳା

ବଲିଉଡ୍‌ରେ ଓଡ଼ିଆ ସଙ୍ଗୀତ ନିର୍ଦ୍ଦେଶକ ପ୍ରେମ୍ ଆନନ୍ଦଙ୍କ ଜଲ୍ଓ୍ୱା

ଏନଆଇଟି ଛାତ୍ରଛାତ୍ରୀଙ୍କ ମହାନତା- ବସ୍ତିରେ ବାଣ୍ଟିଲେ ଜ୍ଞାନର ଆଲୋକ

ପେସା ଶିକ୍ଷକତା, ନିଶା ପରିବେଶ ସୁରକ୍ଷା

ଦୁନିଆକୁ ଭାଇଚାରାର ବାର୍ତ୍ତା ଦେଲେ ମ୍ୟାନେଜମେଣ୍ଟ ଛାତ୍ରଛାତ୍ରୀ

୫୦୦ ବର୍ଷ ପୁରୁଣା ଅଯୋଧ୍ୟା ବିବାଦ ; ପଢ଼ନ୍ତୁ ଏହି ମାମଲାର ପୁରା ଇତିହାସ

You might also like