• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ଟଙ୍କିକିଆ ଚାଉଳ ନେଉଛନ୍ତି ଭୂତ ହିତାଧିକାରୀ ଅର୍ଥାତ୍‌ ମୂଳରୁ ଲୋକ ନାହାଁନ୍ତି; କିନ୍ତୁ ସେମାନଙ୍କ ନାଁରେ ଉଠୁଛି ଚାଉଳ। ବର୍ଷ ବର୍ଷ ଧରି ଚାଲିଛି ଏମିତି ଲୁଟ୍‌।

ଜିଲ୍ଲାପାଳମାନଙ୍କୁ ରାଜ୍ୟ ଖାଦ୍ୟ କମିଶନ ଦେଇଥିବା ଚିଠି ଟଙ୍କିକିଆ ଚାଉଳ ନେଉଥିବା ଭୂତ ହିତାଧିକାରୀଙ୍କ ଗୁମର ଖୋଲିଛି। ୨୦୧୮ ଡିସେମ୍ବର  ଓ ୨୦୧୯ ଜାନୁଆରୀ ଅର୍ଥାତ ଏହି ମାସ ସୁଦ୍ଧା ୨ ଲକ୍ଷ ମୃତ ହିତାଧିକାରୀଙ୍କ ନାଁରେ ଚାଉଳ ଯାଉଛି।

ତେବେ ଏ ଚାଉଳ କିଏ ନେଉଛି ବୋଲି ପ୍ରଶ୍ନ କରିଛନ୍ତି ଫୁଡ୍‌ କମିଶନ। ଜିଲ୍ଲାପାଳମାନେ ମୃତ ଲୋକଙ୍କୁ ଠାବ କରୁନଥିବାରୁ ସେମାନଙ୍କ ନାଁରେ ଚାଉଳ ହରିଲୁଟ୍‌ ହେଉଛି। ଗତ ଅକ୍ଟୋବର ଓ ନଭେମ୍ବରରେ ମାଲକାନଗିର ଜିଲ୍ଲାରେ ଜଣେ ବି ମୃତ ହିତାଧୀକାରୀଙ୍କୁ ଚିହ୍ନଟ ହୋଇନଥିବା ବେଳେ ପୁରୀରେ ୩୬, ନୂଆପଡ଼ାରେ ୩୭, ସୁବର୍ଣ୍ଣପୁରରେ ୯୫, ଦେଓଗଡ଼ରେ ୮୩ ଓ ଜଗତସିଂହପୁରରେ ମାତ୍ର ୧୦୯ ମୃତ ହିତାଧିକାରୀଙ୍କୁ ଠାବ କରିଛି ପ୍ରଶାସନ।

ଏବେସୁଦ୍ଧା ମୋଟ ୪୧ ହଜାର ୧୨୬ ମୃତ ଲୋକଙ୍କ ନାଁକୁ ତାଲିକାରୁ ବାଦ୍ ଦିଆଯାଇଥିବା ବେଳେ ଆହୁରି ୨ ଲକ୍ଷ ଭୂତ ହିତାଧିକାରୀଙ୍କ ନାଁରେ ଚାଉଳ ଉଠୁଛି।

ଗୋଟିଏ ପଟେ ମୃତକଙ୍କ ନାଁରେ ଚାଉଳ ଉଠିଥିବା ବେଳେ ତାଲିକାରେ ସାମିଲ୍‌ ହୋଇପାରୁ ନାହାନ୍ତି ଗରିବ ହିତାଧିକାରୀ।

ଯାଜପୁର ଧର୍ମଶାଳା ଡେରାବର ଗାଁର ମଲ୍ଲି ଦାସ। ଖାଦ୍ୟ ସୁରକ୍ଷାରେ ରେସନ କାର୍ଡ ଖଣ୍ଡେ ପାଇଁ ପଞ୍ଚାୟତରୁ ବ୍ଲକ୍‌ ଅଫିସ୍‌ ଯାଏ ଦଉଡ଼ି ଦଉଡ଼ି ନିରାଶ ହେଲେଣି। ୫ ହଜାର ଟଙ୍କା ଲାଞ୍ଚ ଦେଇପାରିନଥିବାରୁ କାର୍ଡ ମିଳୁନଥିବା ମଲ୍ଲି ଅଭିଯୋଗ କରିଛନ୍ତି।

ଏପଟେ ଜାତୀୟ ଖାଦ୍ୟ ସୁରକ୍ଷା ଆଇନରେ ରାଜ୍ୟର କୋଟା ହିସାବରେ ଆଉ ୪ ଲକ୍ଷ ଲୋକଙ୍କୁ ସାମିଲ କରିବାର ବ୍ୟବସ୍ଥା ଥିଲେ ବି ସରକାର  ନିଜସ୍ୱ ଖାଦ୍ୟ ସୁରକ୍ଷା ଯୋଜନା ଆଣିଥିବାରୁ ଏ ଦିଗରେ ଆଉ ଆଗକୁ ବଢୁନାହାଁନ୍ତି। ତେଣୁ  ଚିଠିରେ ଜିଲ୍ଲାପାଳମାନଙ୍କୁ ୪ ଲକ୍ଷ ୨ ହଜାର ହିତାଧିକାରୀଙ୍କୁ ସାମିଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଫୁଡ୍ କମିଶନ। ଏହାକୁ ନେଇ ସରକାରଙ୍କୁ କାଠ ଗଡ଼ାରେ ଠିଆ କରିଛନ୍ତି ବିରୋଧୀ।

ଟଙ୍କିକିଆ ଚାଉଳକୁ ନେଇ ପୂର୍ବରୁ ରାଜ୍ୟ ଓ କେନ୍ଦ୍ର ଭିତରେ ଅନେକ ବାର ଆରୋପ- ପ୍ରତ୍ୟାରୋପ ରାଜନୀତି ହୋଇଛି। ଏମିତି କି ପ୍ରଧାନମନ୍ତ୍ରୀ ବଲାଙ୍ଗୀର ଆସିଥିବା ବେଳେ ଟଙ୍କିକିଆ ଚାଉଳରେ କେନ୍ଦ୍ର ଦେଉଥିବା ଟଙ୍କାର ହିସାବ ଦେବା ସହ  ରାଜ୍ୟ ସରକାରଙ୍କ ଅବଦାନ କିଛି ନୁହେଁ ବୋଲି କହି ପ୍ରଥମ ଥର ପାଇଁ ମୋଦି ମାର୍କା ଚାଉଳର କାର୍ଡ ଖେଳିଥିଲେ।

https://youtu.be/9HKk7G3Bpg0

 

Odisha-state-food-commission-irked-over-ghost-beneficiaries
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories