କୋଭିଡ୍ ଯୋଦ୍ଧାଙ୍କ ପାଇଁ ସାରା ଓଡ଼ିଶା ଗାଇଲା ‘ବନ୍ଦେ ଉତ୍କଳ ଜନନୀ’
ଭୁବନେଶ୍ୱର: କୋଭିଡ଼ ଯୋଦ୍ଧାଙ୍କ ପାଇଁ ଗାଇଲେ ବନ୍ଦେ ଉତ୍କଳ ଜନନୀ। ଭୁବନେଶ୍ୱର ସହ ରାଜ୍ୟର କୋଣ ଅନୁକୋଣରେ ଗାଇଲେ ଲୋକେ। କେବଳ ଜନତା ନୁହଁନ୍ତି, ନେତା, ଅଭିନେତା, ଲୋକପ୍ରିୟ ଗାୟକ ମଧ୍ୟ କରୋନା ମୁକାବିଲାରେ ନିୟୋଜିତ ଥିବା ଲୋକଙ୍କ ପାଇଁ ବନ୍ଦେ ଉତ୍କଳ ଗାଇଛନ୍ତି।
କୋଭିଡ଼ ଯୋଦ୍ଧାଙ୍କ ପାଇଁ ଗାଇଲେ ବନ୍ଦେ ଉତ୍କଳ ଜନନୀ: ନବୀନ ନିବାସରେ ଗାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ବିଧାନସଭା ସମ୍ମୁଖରେ ବିଧାୟକଙ୍କ ସହ ଗାଇଲେ ବାଚସ୍ପତି ସୂର୍ଯ୍ୟ ପାତ୍ର, ଲୋକସେବା ଭବନରେ ସହକର୍ମୀଙ୍କ ସହ ଗାଇଲେ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ #Odisha pic.twitter.com/kTFbzrjOOW
— ଓଟିଭି (@otvkhabar) May 30, 2020
ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି। ବିଧାନସଭା ସମ୍ମୁଖରେ ବିଧାୟକଙ୍କ ସହ ଗାଇଲେ ବାଚସ୍ପତି ସୂର୍ଯ୍ୟ ପାତ୍ର ଗାଇଛନ୍ତି। ଲୋକସେବା ଭବନରେ ସହକର୍ମୀଙ୍କ ସହ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ଗାଇଛନ୍ତି। ଦିଲ୍ଲୀ ସ୍ଥିତ ବାସଭବନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି।
Here is my beautiful “bandey utkala janani” Recreated by @ShankarEhsanLoy & produced & directed by @nilamadhabpanda This song is dedicated to all the frontline warriors fighting covid day & night.Let’s sing it together at 5.30 today with every odia.@Naveen_Odisha @CMO_Odisha pic.twitter.com/JJhfPlbaNE
— ashabhosle (@ashabhosle) May 30, 2020
ସେହିପରି ବିଖ୍ୟାତ ଗାୟିକା ଆଶା ଭୋଁସଲେ ଓ ଗାୟକ ଶଙ୍କର ମହାଦେବନ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି। ନିଜ ଗାୟନକୁ ଟ୍ୱିଟର ପେଜରେ ପୋଷ୍ଟ ଆଶା ଭୋଁସଲେ ଓ ଶଙ୍କର ମହାଦେବନ ଟ୍ୱିଟର କରିଛନ୍ତି। ସେହିପରି ଓଟିଭି ନେଟୱର୍କର ଏମ୍ଡି ଜଗିମଙ୍ଗତ ପଣ୍ଡା କୋଭିଡ୍ ଯୋଦ୍ଧାଙ୍କ ଉଦ୍ଦେଶ୍ୟରେ ବନ୍ଦେ ଉତ୍କଳ ଜନନୀ ଗାଇଛନ୍ତି।
Bande Utkala Janani.. heres my tribute to the covid warriors.. please forgive me for any mistakes 🙏 pic.twitter.com/5nFNsDdWDb
— Jagi Mangat Panda (@JagiPanda) May 30, 2020
ପ୍ରକାଶଥାଉକି, ମେ ୩୦ରେ କୋଭିଡ୍ ଯୋଦ୍ଧାଙ୍କ ପାଇଁ ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଦନ କରିଥିଲେ। ସେ କହିଥିଲେ ଯେ ମହାମାରୀ କରୋନାକୁ ପ୍ରତିଦିନ ସାମ୍ନା କରୁଛନ୍ତି କୋଭିଡ୍ ଯୋଦ୍ଧା। ପ୍ରତିଟି କ୍ଷଣରେ ଏହାର ମୁକାବିଲା କରୁଛନ୍ତି। ଆମ ସମସ୍ତଙ୍କୁ ସୁରକ୍ଷିତ ରଖିବାକୁ ସଜାଗ, ତୈନାତ ଏମାନେ।
କୋଭିଡ୍ ହସ୍ପିଟାଲରେ କାମ କରୁଥିବା ଡାକ୍ତର, ପାରାମେଡିକାଲ୍ ଷ୍ଟାପ୍ କିମ୍ବା ଆମର ସୁରକ୍ଷା ପାଇଁ ୨୪ ଘଣ୍ଟା କାମ କରୁଥିବା ପୋଲିସ୍ ଅବା ସଫେଇ କାମରେ ଲାଗିଥିବା କର୍ମଚାରୀ। ଏହି ସମସ୍ତଙ୍କ ଅତୁଳନୀୟ ଅବଦାନ ପାଇଁ ଆଜି ସଂଧ୍ୟା ସାଢ଼େ ୫ଟାରେ ସମ୍ମାନ ଜଣାଇ ସାରା ଓଡ଼ିଶା ବନ୍ଦେ ଉତ୍କଳ ଜନନୀ ଗାଇବା ପାଇଁ ନିବେଦନ କରିଥିଲେ।
ତେବେ ଆଜି ସନ୍ଧ୍ୟା ସାଢେ ୫ଟାରେ ରାଜ୍ୟ ସଙ୍ଗୀତ ବନ୍ଦେ ଉତ୍କଳ ଜନନୀକୁ ନବୀନ ନିବାସରୁ ବିଧାନସଭା, ପୋଲିସ୍ ମୁଖ୍ୟାଳୟରୁ ବିଭିନ୍ନ ହସ୍ପିଟାଲ୍, ସବୁଠି ଶୁଭିଥିଲା ବନ୍ଦେ ଉତ୍କଳ ଜନନୀ। କେବଳ ଓଡ଼ିଶାରେ ନୁହେଁ ଅନ୍ୟ ରାଜ୍ୟ ଏବଂ ବିଶ୍ୱର କୋଣ ଅନୁକୋଣରେ ଥିବା ପ୍ରବାସୀ ମଧ୍ୟ ଗାଇଛନ୍ତି ବନ୍ଦେ ଉତ୍କଳ ଜନନୀ।