ବାହାଘରର ୨୪ ଘଣ୍ଟା ପୂର୍ବରୁ ତାଲିକା ଦେବେ ଆୟୋଜକ : ଅଙ୍ଗନବାଡ଼ି କେନ୍ଦ୍ର, ଯାତ୍ରା, ରଙ୍ଗମଞ୍ଚ ସମ୍ପୂର୍ଣ୍ଣ ବନ୍ଦ ପାଇଁ ଘୋଷଣା 

ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ପାଇଁ ପଦକ୍ଷେପ

ଭୁବନେଶ୍ୱର : ସହରାଞ୍ଚଳରେ ସପ୍ତାହାନ୍ତ ସଟଡାଉନ ସହ ରାଜ୍ୟରେ ଯାତ୍ରା, ଅପେରା ଓ ମୁକ୍ତାକାଶ ରଂଗମଞ୍ଚକୁ ସମ୍ପୂର୍ଣ୍ଣ ବନ୍ଦ କରାଯାଇଛି । ଏଣିକି ଯାତ୍ରା, ଅପେରା, ମୁକ୍ତାକାଶ ରଂଗମଞ୍ଚ ବନ୍ଦ ରହିବ । ତା ସହ ରାଜ୍ୟର ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ମଧ୍ୟ ବନ୍ଦ ରହିବା ନେଇ ଘୋଷଣା କରିଛନ୍ତି ଏସଅଆରସି ।  ଅଙ୍ଗନବାଡ଼ି ବନ୍ଦ ହେଲେ ମଧ୍ୟ ଶିଶୁ ଖାଦ୍ୟ ଓ ରାସନ୍ ଘରେ ପହଞ୍ଚାଇବାକୁ ବ୍ୟବସ୍ଥା କରାଯିବ ।

ସେପଟେ ବାହାଘରରେ ୫୦ ଜଣଙ୍କ ତାଲିକାକୁ ବାଧ୍ୟତାମୂଳକ କରାଯାଇଛି । ବାହାଘର ପାଇଁ ପୂର୍ବ ଭଳି ସର୍ବାଧିକ ୫୦ ଜଣଙ୍କୁ ମିଳିବ ଅନୁମତି । ଆାୟୋଜକ ଏହି ୫୦ ଜଣଙ୍କ ତାଲିକା ପ୍ରକାଶ କରିବେ । ବର, କନ୍ୟା, ପୂଜକ ଆଦି ସମସ୍ତଙ୍କୁ ମିଶାଇ ଲୋକସଂଖ୍ୟା ୫୦ ଭିତରେ ସୀମିତ ରହିବ । ଏହି ତାଲିକା ସ୍ଥାନୀୟ ଅଧିକାରୀଙ୍କୁ ୨୪ ଘଣ୍ଟା ପୂର୍ବରୁ ଦେବା ଜରୁରୀ ।  ଉତ୍ସବ ସ୍ଥଳରେ ଏହି ୫୦ ଜଣିଆ ତାଲିକା ମଧ୍ୟ ଲଗାଇବାକୁ ପଡ଼ିବ । ଆୟୋଜକ ବାହାଘରେ ବରଯାତ୍ରୀ ଶୋଭାଯାତ୍ରା ସଂପୂର୍ଣ୍ଣ ଭାବେ ବାରଣ କରାଯାଇଛି ।

ସେହିଭଳି ଶୁଦ୍ଧି କାର୍ଯ୍ୟରେ ସର୍ବାଧିକ ୨୦ ଜଣଙ୍କୁ ଅନୁମତି ମିଳିବ । ଗୃହକର୍ତ୍ତା, ପୂଜକ, ବନ୍ଧୁବାନ୍ଧବ ମିଶାଇ ଶୁଦ୍ଧି କାର୍ଯ୍ୟ ରେ କେବଳ ୨୦ ଜଣ ଯୋଗ ଦେଇ ପାରିବେ ।

ତେବେ ସପ୍ତାହାନ୍ତ ସଟଡାଉନ୍ ସମୟରେ ମଲର ଫୁଡ୍ କୋର୍ଟରେ କେହି ଖାଇ ପାରିବେନି ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି। ଏହାସହ ହୋଟେଲରେ ଖାଇବା ମନା କିନ୍ତୁ କେବଳ ପାର୍ସଲ ମିଳିବ। ରାସ୍ତା କଡ ବ୍ୟବସାୟୀ ବି ଲୋକଙ୍କୁ ଖାଇବାକୁ ଦେବେନି ବୋଲି ନିର୍ଦ୍ଦେଶ ଦିଆଯାଇଛି। ଭିଡକୁ ଦୃଷ୍ଟିରେ ରଖିବେ ଦୋକାନୀ ନଚେତ ଆକ୍ସନ ନିଆଯିବ ବୋଲି ଗତକାଲି କହିଛନ୍ତି ଏସଆରସି।

ଏହି ସମୟରେ ଅତ୍ୟାବଶ୍ୟକ ସେବା କଟକଣା ମୁକ୍ତ ରହିବ ବୋଲି ଏସଆରସି ଗତକାଲି ସୂଚନା ଦେଇଛନ୍ତି । ସ୍ୱାସ୍ଥ୍ୟ ସେବାରେ କାର୍ଯ୍ୟରତ ସବୁ କର୍ମଚାରୀ ଅବାଧରେ ଯାଆସ କରିପାରିବେ। ପୋଲିସ, ଅଗ୍ନିଶମ, ପୌର କର୍ମଚାରୀଙ୍କୁ ସଟଡାଉନ୍‌ ସମୟରେ କୌଣସି କଟକଣା ନାହିଁ । ଏହାସହ ଟେଲିକମ, ପେଟ୍ରୋଲ ପମ୍ପ, ଗ୍ୟାସ, ଜଳଯୋଗାଣ କର୍ମଚାରୀଙ୍କୁ ମଧ୍ୟ ସପ୍ତାହାନ୍ତ ସଟଡାଉନ୍ ସମୟରେ ଯିବାକୁ ଅନୁମତି ମିଳିବ। ରାଜ୍ୟରେ ଭୟଙ୍କର ହେବାରେ ଲାଗିଛି କରୋନା। ଦିନକୁ ଦିନ ରାଜ୍ୟରେ ସଙ୍ଗୀନ ସ୍ଥିତି ହେଲାଣି। ଏବେ ୫ ହଜାର ମୁହାଁ ହେଲାଣି କରୋନାର ଦୈନିକ ସଂକ୍ରମଣ ଟ୍ରେଣ୍ଡ। ଆଉ ଏହାକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଲୋକଙ୍କ ହିତ ଦୃଷ୍ଟିରୁ କଡ଼ା ନିଷ୍ପତ୍ତି ଗ୍ରହଣ କରିଛନ୍ତି ।

ସେପଟେ ଭୁବନେଶ୍ୱରର ପାର୍କ ଗୁଡ଼ିକରେ କଟକଣା ଲଗାଯାଇଛି । କୋଭିଡ୍ ସଂକ୍ରମଣର ଦ୍ରୁତ ବୃଦ୍ଧିକୁ ଦେଖି ପାର୍କରେ କଟକଣା ଜାରି କରିଛି ବିଏମସି । ଭୁବନେଶ୍ୱରର ସର୍ବସାଧାରଣ ପାର୍କ ଗୁଡ଼ିକରେ ଲଗାଯାଇଥିବା କଟକଣା ଅନୁସାରେ, ପାର୍କରେ ଥିବା ଛୋଟ ପିଲାଙ୍କର ଖେଳ ଉପକରଣ ବ୍ୟବହାର ହେବନି ।  ପାର୍କର ମୁକ୍ତ ଜିମ୍ନାସିୟମ୍ ସରଞ୍ଜାମର ଏବେ ବ୍ୟବହାର କରାଯିବନି  । ଖେଳ ଓ ଜିମ୍ନାସିୟମ୍ ଉପକରଣକୁ ଘୋଡ଼ାଇ ରଖାଯିବ ।  ପାର୍କରେ ବିଚରଣ ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ଏବଂ ପାର୍କ ଭିତରେ ୬ ଫୁଟର ସାମାଜିକ ଦୂରତା ରକ୍ଷା ବାଧ୍ୟତାମୂଳକ ।

 

You might also like