୪୦ ଡିଗ୍ରୀ ଉପରେ ତାପମାତ୍ରା
ଭୁବନେଶ୍ୱର: ରାଜ୍ୟରେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ଗତକାଲି ରାଜ୍ୟର ୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା। ଟିଟିଲାଗଡ଼ରେ ସର୍ବାଧିକ ତାପମାତ୍ରା ୪୫ ଡିଗ୍ରୀ ଥିଲା।
ବଲାଙ୍ଗିରର ତାପମାତ୍ରା ୪୪.୬ ଡିଗ୍ରୀ, ଝାରସୁଗୁଡା ୪୩.୬ ଡିଗ୍ରୀ, ସମ୍ବଲପୁର ୪୩.୫ ଡିଗ୍ରୀ, ଭୁବନେଶ୍ୱରର ତାପମାତ୍ରା ୩୭.୨ ଡିଗ୍ରୀ ଓ କଟକର ତାପମାତ୍ରା ୩୭.୬ ଡିଗ୍ରୀ ଥିଲା।