୫ ବର୍ଷର ରେକର୍ଡ ଭାଙ୍ଗିଲା ଶୀତ

ଭୁବନେଶ୍ୱର: ଶୀତରେ ଥରୁଛି ସାରା ଓଡ଼ିଶା। କେନ୍ଦୁଝରରୁ କୋରାପୁଟ, ଭବାନୀପାଟଣାରୁ ଭୁବନେଶ୍ୱର, ଚାରିଆଡ଼େ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି। ଏଥରର ଶୀତ ୫ ବର୍ଷର ରେକର୍ଡ ଭାଙ୍ଗିଛି।

କନ୍ଧମାଳ ଦାରିଂବାଡ଼ିରେ ତାପମାତ୍ରା ୬ ଡିଗ୍ରୀକୁ ଖସି ଆସିବା ସହ ଏଠାରେ ତୁଷାରପାତ ବି ହୋଇଛି। ଏଭଳି ଥଣ୍ଡା ଆଉ ୨ ଦିନ ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି।

ପ୍ରବଳ ଶୀତ ସାଙ୍ଗକୁ କୋହଲା ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରିଦେଉଛି। ସକାଳୁ ରାସ୍ତାଘାଟ ଶୂନଶାନ୍ ହୋଇଯାଉଛି। ସକାଳ ଦଶଟା ନ ହେବା ଯାଏ ଲୋକେ ଘରୁ ବାହାରୁ ନାହାନ୍ତି।

You might also like