ହାଡ଼ଭଙ୍ଗା ଶୀତରେ ଥରୁଛି ସାରା ରାଜ୍ୟ

ଭୁବନେଶ୍ୱର: ସାରା ରାଜ୍ୟରେ ଶୀତର ପ୍ରକୋପ ଜାରି ରହିଛି। ବିଶେଷ କରି କନ୍ଧମାଳରେ ପ୍ରବଳ ଶୀତ ଅନୁଭୂତ ହେଉଛି।

ଓଡ଼ିଶାର କଶ୍ମୀର କୁହାଯାଉଥିବା ଦାରିଙ୍ଗବାଡିରେ ପାରଦ ତଳକୁ ତଳକୁ ଖସି ଚାଲିଛି। ହେଲେ ଏବର୍ଷ କନ୍ଧମାଳର ସଦରମହକୁମା ଫୁଲବାଣୀରେ ସବୁଠାରୁ ଅଧିକ ଶୀତ ଅନୁଭୂତ ହେଉଛି। ଫୁଲବାଣୀର ସର୍ବନିମ୍ନ ତାପମାତ୍ରା ଦାରିଙ୍ଗବାଡ଼ି ତୁଳନାରେ କମ୍‌ ରହିଛି।

କନ୍ଧମାଳ ସହ କୋରାପୁଟ, କେନ୍ଦୁଝର ମୟୂରଭଞ୍ଜ ଜିଲ୍ଲାରେ ମଧ୍ୟ ଅତ୍ୟଧିକ ଶୀତ ଅନୁଭୂତ ହେଉଛି। ପଶ୍ଚିମ ଓଡ଼ିଶାରେ ମଧ୍ୟ ପ୍ରବଳ ଶୀତ ଅନୁଭୂତ ହେଉଛି।

ସେପଟେ ସୁନ୍ଦରଗଡ଼ ଜିଲ୍ଲାରେ କୋଇଡ଼ାରେ ତୁଷାରପାତ ହୋଇଥିବା ଦେଖିବାକୁ ମିଳିଛି। ଘର, ଗାଡ଼ି, ପଡ଼ିଆରେ ତୁଷାରପାତ ହୋଇଥିବା ନଜର ଆସିଛି।

You might also like