କର୍ତ୍ତବ୍ୟ ଠାରୁ ଆଉ ପାଦେ ଆଗେଇଗଲେ ସରପଞ୍ଚ

କେନ୍ଦ୍ରାପଡା: କରୋନା ମୁକାବିଲା ପାଇଁ ସରପଞ୍ଚ ମାନଙ୍କୁ ବିଭିନ୍ନ କ୍ୱାରେଣ୍ଟିନ୍ ସେଣ୍ଟରରେ ସୂଚାରୁ ରୂପେ କାର୍ଯ୍ୟ ତୁଲାଇବାକୁ ସରକାର ଦାୟିତ୍ୱ ଦେଇଛନ୍ତି। ସଙ୍ଗରୋଧ କେନ୍ଦ୍ରରେ ବେଡ୍, ସାନିଟାଇଜ, ପାନୀୟଜଳ ଓ ଆଲୋକର ସୁବବ୍ୟବସ୍ଥା କରିବାକୁ ଦାୟିତ୍ୱ ଦିଆଯାଇଛି। ହେଲେ ଏସବୁ କାର୍ଯ୍ୟକୁ ସୂଚାରୁ ରୂପେ ତୁଲାଇବା ସହ ଆଉ ପାଦେ ଆଗକୁ ଯାଇଛନ୍ତି ଜଣେ ସରପଞ୍ଚ।

ସେ ହେଉଛନ୍ତି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ବ୍ଲକ ଅନ୍ତର୍ଗତ ବାରୁଣା ପଂଚାୟତର ସରପଞ୍ଚ ଉତ୍ତମ କୁମାର ସେନାପତି। କାନ୍ଧରେ ହ୍ୟାଣ୍ଡ ସ୍ପ୍ରେ ଧରି ଉଦୁଉଦିଆ ଖରାରେ ପଞ୍ଚାୟତର ବିଭିନ୍ନ ଗାଁକୁ ବୁଲି ସାନିଟାଇଜ କରୁଛନ୍ତି। ସରପଞ୍ଚଙ୍କ ଏଭଳି କାମ ଦେଖି ପଞ୍ଚାୟତର ଲୋକେ ସରପଞ୍ଚଙ୍କ ସହ ସାମିଲ ହେବା ସହ ତାଙ୍କର କାମକୁ ପ୍ରଶଂସା କରିଛନ୍ତି।

ଏନେଇ ସରପଞ୍ଚ କହିଛନ୍ତି ଯେ, ‘ଲୋକଙ୍କ ନିକଟରେ ସଚେତନତାର ଅଭାବ ଥିଲା। ଯାହା ଫଳରେ କରୋନାକୁ ମୁକାବିଲା କରିବାକୁ ଆଗକୁ ଆସିବାକୁ ଭୟ କରୁଥିଲେ। ଶେଷରେ କରୋନା ପ୍ରତିହତ କରିବା ପାଇଁ ମୁଁ ନିଜେ ବୁଲି ବୁଲି ସାନିଟାଇଜ୍ କରିବା ପାଇଁ ନିଷ୍ପତ୍ତି ନେଲି ଓ ଆଜି ମଧ୍ୟ ତାକୁ କାର୍ଯ୍ୟକୁ ସୂଚାରୁ ରୂପେ କଲି।’

You might also like