ନୂଆ ସ୍ୱପ୍ନ ନେଇ ଫେରିଛି କୋରିଆ: ଏଥର ଇସ୍ପାତ ନୁହେଁ ଇଲୋକ୍ଟ୍ରୋନିକ୍ସରେ ପୁଞ୍ଜିନିବେଶ

ଭୁବନେଶ୍ୱର:ପୋସ୍କୋ ବିଫଳତା ପରେ କୋରିଆର ଓଡ଼ିଶା ସ୍ୱପ୍ନ।  ବିଭିନ୍ନ କ୍ଷେତ୍ରରେ ପୁଞ୍ଜିନିବେଶ ନେଇ ଆଜି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ଦକ୍ଷିଣ କୋରିଆ ରାଷ୍ଟ୍ରଦୂତଙ୍କ ସହ ୧୪ ଜଣିଆ ପ୍ରତିନିଧି ଦଳ। ତେବେ ଏଥର ଇସ୍ପାତ ଶିଳ୍ପ ନୁହେଁ ବରଂ ଇଲୋକ୍ଟ୍ରୋନିକ୍ସ  ଓ ଅଟୋମୋବାଇଲ୍ ଭଳି ୬ଟି କ୍ଷେତ୍ରରେ ପୁଞ୍ଜିନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି କୋରିଆ। ଓଡ଼ିଶା ପ୍ରତି କୋରିଆର ଆଗ୍ରହ, ଶିଳ୍ପାୟନର ନୂଆ ସମ୍ଭାବନା ସୃଷ୍ଟି କରିଛି।

ସାମ୍‌ସଙ୍ଗ, ଏଲଜି, ହୁଣ୍ଡାଇ, କିଆ ପରି ଜଣାଶୁଣା କମ୍ପାନୀର ମୁଖ୍ୟ ଆଜି କୋରିଆ ଆମ୍ବାସଡରଙ୍କ ସହ ଆସି ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି। ଓଡ଼ିଶା ବି ନୂଆ ସମ୍ଭାବନାକୁ ଆଗକୁ ନେବାକୁ କୋରିଆ ଟିମ୍ ସାମ୍ନାରେ ରାଜ୍ୟର ଶିଳ୍ପ ଅନୁକୂଳ ବାତାବରଣର ତଥ୍ୟ ରଖିଛି। ରାଜ୍ୟର ଭିଜନ ୨୦୩୦ ପାଇଁ ପ୍ରସ୍ତୁତ ବ୍ଲୁ ପ୍ରିଣ୍ଟ ବିଷୟରେ ଟିକିନିକ୍ ଅବଗତ ହୋଇଛନ୍ତି କୋରିଆର ଆଗଧାଡ଼ିର ବିଜନେସ ଟାଇକୁନ ।

ତେବେ ନୂଆ ସଂପର୍କ ଯୋଡ଼ିବା ଆଗରୁ ପୁରୁଣା କଥାକୁ ମନେ ପକାଇଛି ଦକ୍ଷିଣ କୋରିଆ ଟିମ୍ । ପୋସ୍କୋର ତିକ୍ତ ଅନୁଭୂତିରୁ ଉଭୟ ପକ୍ଷ ଶିକ୍ଷା ଲାଭ କରିଛନ୍ତି ବୋଲି କହିଛନ୍ତି କୋରିଆର ଆମ୍ବାସାଡର। ୨୦୦୫ରେ ଓଡ଼ିଶାରେ ୫୨ ହଜାର କୋଟିର ପୁଞ୍ଜିନିବେଶର ସ୍ୱପ୍ନ ଦେଖାଇଥିଲା ପୋସ୍କୋ। ଅନେକ ଘାତ ପ୍ରତିଘାତ ଭିତରେ ଶେଷରେ ୨୦୧୭ରେ ଓଡିଶା ପ୍ରକଳ୍ପକୁ ବାଏ ବାଏ କରିଥିଲା। ତେବେ ବର୍ତ୍ତମାନ ସ୍ଥିତିରେ ପୋସ୍କୋ ପାଇଁ ହୋଇଥିବା ଭୁଲକୁ ପୁଣି ଦୋହରାଇବା ପାଇଁ ଚାହିଁବେ ନାହିଁ । ଉଭୟ ପକ୍ଷ ଇସ୍ପାତ ନ ହେଲା ନାହିଁ  ଅଟୋମୋବାଇଲ କ୍ଷେତ୍ରରେ ଓଡିଶାରେ ପ୍ରକଳ୍ପ ନ ଥିବାରୁ କୋରିଆର  ଆଗ୍ରହ ଶିଳ୍ପାୟନରେ ନୂଆ ସମ୍ଭାବନା ସୃଷ୍ଟି କରିବ ବୋଲି ଶିଳ୍ପ ବିଶେଷଜ୍ଞ ମତ ପ୍ରକାଶ କରିଛନ୍ତି।

ଆହୁରି ପଢ଼ନ୍ତୁ

ପୋଲିସ ପଞ୍ଝାରେ କଫ୍ ସିରପ୍ ମାଫିଆ ଜଗା, ୧୮ ଶହ ବୋତଲ ଜବତ

କୋରାପୁଟରୁ କଟକ: ପୂରଣ ହେଲା ଆଦିବାସୀ ଝିଅର ସଙ୍ଗୀତ ସ୍ଵପ୍ନ

ଦିନକରେ ସୁସ୍ଥ ହେଲେ ୪୦୧୮ କରୋନା ଆକ୍ରାନ୍ତ

Bhubaneswar Corona News: ଭୁବନେଶ୍ୱରରୁ ୩୨୫ କରୋନା ଆକ୍ରାନ୍ତ ଚିହ୍ନଟ, ୨୧୮ ଲୋକାଲ କେସ୍

ଶ୍ରୀକୃଷ୍ଣଙ୍କ ପ୍ରେମରେ ବାୟା ଋଷିଆନ୍ ଦମ୍ପତି

‘ବିଜେଡିର ବିରୋଧ ପଛରେ ସିବିଆଇ ରେଡ୍’

ବୋହୂର ପିଲାପିଲି ନହେବାରୁ ଶ୍ୱଶୁର ଭିଆଇଲା ଏଭଳି କାଣ୍ଡ

ରାଜ୍ୟରେ କାହିଁକି ବଢ଼ୁଛି କରୋନା ସଂକ୍ରମଣ?

ଡାକ୍ତରଖାନା ଷ୍ଟ୍ରେଚରରେ ରୋଗୀଙ୍କୁ ଶୁଆଇ ସହର ବୁଲିଲେ ସଂପର୍କୀୟ

ରାଜ୍ୟସଭାରେ କୃଷି ବିଲ୍‌କୁ ବିରୋଧ କଲା ବିଜେଡି

ଘର ଭିତରୁ ମିଳିଲା ବାଘର କଟା ମୁଣ୍ଡ, ଛାଲ

‘ଧାର୍ମିକ ଭାବନାକୁ ଆଘାତ ଦେଇ ଫେସବୁକ୍‌ରେ ପୋଷ୍ଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ହେବ’

You might also like