ଆଉ ବାରମ୍ବାର ଦୌଡ଼ବାକୁ ପଡ଼ିବନି : ଏଣିକି ସହଜରେ ଉପଲବ୍ଧ ହେବ ଆୟ ଓ ଜାତି ପ୍ରମାଣପତ୍ର

ଭୁବନେଶ୍ୱର : ଏଣିକି ସହଜରେ ମିଳିବ ଆୟ ଓ ଜାତି ପ୍ରମାଣପତ୍ର । ଜାତିଗତ ସହ ବିଭିନ୍ନ ପ୍ରମାଣପତ୍ର ପାଇଁ ସଂଶୋଧିତ ଗାଇଡଲାଇନ ଜାରି ହୋଇଛି ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ଏନେଇ ଚିଠି କରାଯାଇଛି । ୧୫ ଦିନ ବଦଳରେ ଏଣିକି ୧୦ ଦିନରେ ମିଳିବ ବାସସ୍ଥାନ ଓ ଆୟ ପ୍ରମାଣପତ୍ର । ସେହିପରି ୩୦ ଦିନ ବଦଳରେ ୧୫ ଦିନରେ  ST, SC, SEBC, OBC ପ୍ରମାଣପତ୍ର ମିଳିବ । ଆବେଦନର ୩୦ ଦିନରେ ମିଳିବ ଉତ୍ତରାଧିକାରୀ ସାର୍ଟିଫିକେଟ  । ବିଭିନ୍ନ କାମ ପାଇଁ ଥରେ ମାତ୍ର ଜାରି ହେବ ଉତ୍ତରାଧିକାରୀ ସାର୍ଟିଫିକେଟ । ଫଳରେ ବିଭିନ୍ନ କାମ ପାଇଁ ଆଉ ଏକାଧିକ ଥର ଆବେଦନ କରିବାକୁ ପଡ଼ିବନି ।

You might also like