ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତ ଜଣକ ଖୋର୍ଦ୍ଧା ଜିଲ୍ଲାର ହୋଇଥିବା ସୂଚନା ମିଳିଛି।

ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୯ରେ ପହଞ୍ଚିଛି। ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବସାଇଟ୍‌ ପକ୍ଷରୁ ସୂଚନା ଦିଆଯାଇଛି।

ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୪୨୧ଟି ସାମ୍ପଲ୍‌ ଟେଷ୍ଟ ହୋଇଛି। ଏଯାବତ୍‌ ମୋଟ୍ ୨୯ ହଜାର ୧୦୮ଟି ସାମ୍ପଲ୍‌ ଟେଷ୍ଟ ହେଲାଣି।

୧୧୯ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ୮୦ ଜଣ ଚିକିତ୍ସାଧୀନ ଥିବାବେଳେ ୩୮ଜଣ ସୁସ୍ଥ ହୋଇଛନ୍ତି। ତେବେ ଜଣଙ୍କର ମୃତ୍ୟୁ ଘଟିଛି।

You might also like