ଦିନକରେ ଓଡ଼ିଶାରୁ ଚିହ୍ନଟ ହେଲେ ୧,୦୭୮ ନୂଆ କରୋନା ଆକ୍ରାନ୍ତ
ଭୁବନେଶ୍ୱର: ଓଡ଼ିଶାରେ ୧,୦୭୮ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ନୂଆ ୧,୦୭୮ ଆକ୍ରାନ୍ତଙ୍କ ମଧ୍ୟରୁ ୭୨୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୩୫୭ ରହିଛି।
ଗଞ୍ଜାମରୁ ସର୍ବାଧିକ ୩୭୧ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୮ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୯,୮୩୫ ରେ ପହଞ୍ଚିଛି। ସେଥିମଧ୍ୟରୁ ୧୩,୩୦୯ ଜଣ ସୁସ୍ଥ ହୋଇଥିବାବେଳେ ୬,୩୮୭ ଜଣ ଚିକିତ୍ସାଧୀନ ଅଛନ୍ତି।