• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ଭୁବନେଶ୍ୱର : ରାଜ୍ୟରେ ବଢ଼ିଚାଲିଛି ସଂକ୍ରମଣ । ଗତକାଲି ରାଜ୍ୟରେ ଆଜି ୬୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଆଜି ରାଜ୍ୟରେ ପୁଣି ୬୫୯୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୮୨୭ ଜଣ ଚିହ୍ନଟ ହୋଇଥିବା ବେଳେ ଲୋକାଲ କେସ୍ ଅଛନ୍ତି ୨୭୭୨ଜଣ । ଫଳରେ ରାଜ୍ୟରେ ମୋଟ ଆକ୍ରାନ୍ତ ସଂଖ୍ୟା ୪ ଲକ୍ଷ ୧୪ ହଜାର ୫୬କୁ ବୃଦ୍ଧି ପାଇଛି । ସେହିପରି କରୋନାକୁ ମାତ ଦେଇ ୩ଲକ୍ଷ ୬୨ ହଜାର ୯୩୧ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। ଏବଂ ବର୍ତ୍ତମାନ ରାଜ୍ୟରେ ସକ୍ରିୟ ସଂକ୍ରମିତଙ୍କ ସଂଖ୍ୟା ରହିଛି  ୪୯ ହଜାର ୭୫। ତେବେ ଗତକାଲି ଭଳି ଆଜି ମଧ୍ୟ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୯୫୮ ଜଣ ପଜିଟିଭ୍ ଚିହ୍ନଟ ହୋଇଥିବା ସୂଚନା ଦେଇଛି ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ।

୬୫୯୯ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୯୫୮, ନୂଆପଡ଼ାରୁ ୫୫୧,କଳାହାଣ୍ଡିରୁ ୫୧୮, କଟକ- ୪୮୮, ଝାରସୁଗୁଡ଼ାରୁ ୪୩୬,ସୁନ୍ଦରଗଡ଼ରୁ- ୪୩୪, ଗଞ୍ଜାମରୁ ୩୨୩, ଯାଜପୁରରୁ ୨୩୭, ସମ୍ବଲପୁରରୁ ୨୨୬, ନବରଙ୍ଗପୁରରୁ ୨୨୧, ବରଗଡ଼ରୁ ୨୦୩, ଅନୁଗୁଳରୁ ୧୮୭ ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ସେହିପରି ମୟୂରଭଞ୍ଜରୁ ୧୮୦, କେନ୍ଦୁଝରରୁ ୧୬୬, ପୁରୀରୁ ୧୪୫, ବାଲେଶ୍ୱରରୁ ୧୩୭, ସୁବର୍ଣ୍ଣପୁରରୁ ୧୨୯, ରାୟଗଡ଼ାରୁ ୧୧୭, ବଲାଙ୍ଗିରରୁ ୯୮, ଜଗତସିଂହପୁରରୁ ୯୩, ନୟାଗଡ଼ରୁ ୯୧, ଭଦ୍ରକରୁ ୮୭, ଗଜପତିରୁ ୮୧, ବୌଦ୍ଧରୁ ୭୦, କୋରାପୁଟରୁ ୬୯, କେନ୍ଦ୍ରାପଡାରୁ ୩୮, ଦେବଗଡ଼ରୁ ୩୮, କନ୍ଧମାଳରୁ ୩୫, ମାଲକାନଗିରିରୁ ୨୨, ଢେଙ୍କାନାଳରୁ ୨୦ଓ ଷ୍ଟେଟପୁଲ ୨୦୧ ଜଣ ଚିହ୍ନଟ ହୋଇଛନ୍ତି  ।

ତେବେ ରାଜ୍ୟରେ ଆଜି ୯ ଜଣ କରୋନା ଆକ୍ରାନ୍ତଙ୍କ ମୁଣ୍ଡ ନେଇଛି କରୋନା । ଦିନକୁ ଦିନ ସଂକ୍ରମିତଙ୍କ ସଂଖ୍ୟା ବଢ଼ିବା ସହ ମୃତକଙ୍କ ସଂଖ୍ୟା ମଧ୍ୟ ବଢ଼ି ବଢ଼ି ଚାଲିଛି । ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୩ ଜଣ, କେନ୍ଦୁଝର ଜିଲ୍ଲାରୁ ୨ ଜଣ ଏବଂ ଭଦ୍ରକ, କଟକ, ଗଞ୍ଜାମ ଓ ସୁନ୍ଦରଗଡ଼ ଜିଲ୍ଲାରୁ ଜଣେ ଲେଖାଏଁ ସଂକ୍ରମିତ ପ୍ରାଣ ହରାଇଛନ୍ତି । ଫଳରେ ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୧୯୯୭ରେ ପହଞ୍ଚିଛି । ଏହା ସହ ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ୯୯୧୭୮୯୪ ଜଣଙ୍କର ସାମ୍ପୁଲ ପରୀକ୍ଷଣ ହୋଇଛି ।

ସେପଟେ ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବାକୁ ସମସ୍ତ ସହରାଞ୍ଚଳରେ ଲାଗିଥିବା ସପ୍ତାହାନ୍ତ ସଟଡାଉନ ଶେଷ ହୋଇଛି । ଫଳରେ ଆଜି ସକାଳୁ ସହରାଞ୍ଚଳଗୁଡ଼ିକରେ ଜୀବନଯାତ୍ରା ସ୍ୱାଭାବିକ ଭାବେ ଆରମ୍ଭ ହୋଇଛି । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୩୦ ଜିଲ୍ଲାର ସମସ୍ତ ସହରାଞ୍ଚଳରେ ଏହି ସଟଡାଉନ କରାଯାଇଥିଲା । ବିଶେଷକରି ରାଜଧାନୀ ଭୁବନେଶ୍ୱର, କଟକ ସମେତ ସବୁ ବଡ଼ ବଡ଼ ସହର ଓ ମୁନିସାପାଲିଟି ଓ ଏନଏସି ଅଞ୍ଚଳରେ ବି ସପ୍ତାହନ୍ତ ସଟଡାଉନର ପ୍ରଭାବ ପଡ଼ିଛି  ।କେବଳ ଅତ୍ୟାବଶ୍ୟକ ସେବା ବ୍ୟତୀତ ଅନ୍ୟ କାର୍ଯ୍ୟକ୍ରମକୁ ଅନୁମତି ନଥିବାରୁ ରାସ୍ତା ଓ ବଜାର ଘାଟ ଖାଁ ଖାଁ ଥିଲା । ବ୍ୟସ୍ତବହୁଳ ସହରାଞ୍ଚଲରେ ଲାଗି ରହିଥିଲା ଶୂନଶାନ ପରିବେଶ ଦେଖିବାକୁ ମିଳିଥିଲା ।

Odisha-reports-6599-new-positive-cases-9-deaths
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories