ଭୁବନେଶ୍ୱର: ଓଡ଼ିଶାରେ ଆଉ ୬୧୮ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୨୨ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୮୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।
ଚିହ୍ନଟ ନୂଆ ୬୧୮ ଆକ୍ରାନ୍ତଙ୍କ ମଧ୍ୟରୁ ୪୧୧ ଜଣ କ୍ୱାରେଣ୍ଟିନ୍ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍ ୨୦୭ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।
ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୮୯୮ ରେ ପହଞ୍ଚିଛି। ସେଥିମଧ୍ୟରୁ ୯,୮୬୪ ଜଣ ସୁସ୍ଥ ହୋଇଥିବାବେଳେ ୪,୯୩୩ ଜଣ ଚିକିତ୍ସାଧୀନ ଅଛନ୍ତି।
ଆହୁରି ପଢ଼ନ୍ତୁ:ଓଡ଼ିଶାରେ ଆଉ ୩ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ