ରାଜ୍ୟରେ ଆଜି ୬୧୧୬ କରୋନା ସଂକ୍ରମିତ ଚିହ୍ନଟ : ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୭୫ ଜଣ ପଜିଭିଟ୍

ଭୁବନେଶ୍ୱର : ରାଜ୍ୟରେ ମାଡ଼ି ମାଡ଼ି ଚାଲିଛି ମହାମାରୀ । ପ୍ରତିଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିଚାଲିଛି । ରାଜ୍ୟରେ ଗତ ୨୪ ଘଣ୍ଟାରେ ୬୧୧୬ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ନୂଆ ସଂକ୍ରମିତଙ୍କ ମଧ୍ୟରୁ କ୍ୱାରେଣ୍ଟିନରୁ ୩୫୪୬ ଚିହ୍ନଟ ହୋଇଥିବା ବେଳେ ୨୫୭୦ ଜଣ ଲୋକାଲ କେସ ଚିହ୍ନଟ ହୋଇଛନ୍ତି । ଫଳରେ ରାଜ୍ୟରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪,୦୭,୪୫୭ରେ ପହଞ୍ଚିଛି । ତେବେ ଏବେ ସୁଦ୍ଧା ୩,୫୯,୪୬୭ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ୪୫,୯୪୯ ଜଣ ସଂକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି ।

ନୂଆ ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୧୫୧, ବାଲେଶ୍ୱରରୁ ୧୦୨, ବରଗଡ଼ରୁ ୨୬୨,ଭଦ୍ରକରୁ ୮୭,  ବଲାଙ୍ଗିରରୁ ୧୮୯, ବୌଦ୍ଧରୁ ୩୨, କଟକରୁ ୩୪୩,ଦେବଗଡ଼ରୁ ୩୯, ଢେଙ୍କାନାଳରୁ ୮, ଗଜପତିରୁ ୭୮, ଗଞ୍ଜାମରୁ ୧୩୪ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଜଗତସିଂହପୁରରୁ ୭୩, ଯାଜପୁରରୁ ୩୨୪,  ଝାରସୁଗୁଡ଼ାରୁ ୨୫୪, କଳାହାଣ୍ଡିରୁ ୩୨୧,  କନ୍ଧମାଳରୁ ୩୬, କେନ୍ଦ୍ରାପଡ଼ାରୁ ୪୬, କେନ୍ଦୁଝରରୁ ୧୧୮, ଖୋର୍ଦ୍ଧାରୁ ୮୭୫   କୋରାପୁଟରୁ ୭୧, ମାଲାକାନଗିରିରୁ ୩୨, ମୟୂରଭଞ୍ଜରୁ ୧୫୮, ନବରଙ୍ଗପୁରରୁ ୩୧୮, ନୟାଗଡ଼ରୁ ୯୯, ପୁରୀରୁ ୧୮୦, ରାୟଗଡ଼ାରୁ ୧୦୪, ସମ୍ବଲପୁରରୁ ୨୮୦ ଓ ସୋନପୁରରୁ ୮ ଜଣ  ଏବଂ ସୁନ୍ଦରଗଡ଼ରୁ ୭୮୫ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଷ୍ଟେଟ୍‌ ପୁଲ୍‌ରୁ ୧୭୯ ଜଣ ଚିହ୍ନଟ ହୋଇଛନ୍ତି।


ସେପଟେ ରାଜ୍ୟରେ ଆଜି ୭ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ରାୟଗଡ଼ା ଜିଲ୍ଲାରୁ ସର୍ବାଧିକ ୨ ଜଣଙ୍କ ଆକ୍ରାନ୍ତଙ୍କ ଜୀବନ ଯାଇଛି । ଗଂଜାମ, କଳାହାଣ୍ଡି, ଖୋର୍ଦ୍ଧା, ପୁରୀ, ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ମୃତ । ଫଳରେ ରାଜ୍ୟରେ କରୋନାଜନିତ ମୃତ୍ୟୁ ସଂଖ୍ୟା ୧୯୮୮କୁ ବୃଦ୍ଧି ପାଇଛି ।

ସେପଟେ ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ୍ ଲଗାଇବା ପାଇଁ ଚାଲିଛି ସପ୍ତାହାନ୍ତ ସଟଡାଉନ୍ । ଆଜି ସଟଡାଉନର ଦ୍ୱିତୀୟ ଦିନ । ଗତକାଲି ଭଳି ଆଜି ମଧ୍ୟ ସଟଡାଉନ୍ କଟକଣା ରହିଛି । ଆସନ୍ତାକାଲି ସକାଳ ୫ଟା ପର୍ଯ୍ୟନ୍ତ ଏହି କଟକଣା ବଳବତ୍ତର ରହିବ । ବଢ଼ି ଚାଲିଥିବା ସଂକ୍ରମଣକୁ ଶିଥିଳ କରିବାକୁ ସହରାଞ୍ଚଳରେ ବ୍ଲକିଂ ଆଉ ଚେକିଂକୁ ଜୋରଦାର କରାଯାଇଛି । ସହରାଞ୍ଚଳର ପ୍ରବେଶ ପଥ ଗୁଡ଼ିକରେ ଜଗି ରହିଛନ୍ତି ପୋଲିସ । ସପ୍ତାହାନ୍ତ ସଟଡାଉନ ଭିତରେ ଅମାନିଆଙ୍କୁ ଜଗିବାକୁ କଟକର ୨୫ଟି ଏବଂ ଭୁବନେଶ୍ୱରରେ ୪୩ଟି ଜାଗାରେ ନାକା ଲଗାଇଛି ପୋଲିସ ।

You might also like