ଓଡ଼ିଶାରେ ଆଉ ୪୯୪ କରୋନା ଆକ୍ରାନ୍ତ‌ ଚିହ୍ନଟ, କେବଳ ଗଞ୍ଜାମରୁ ଚିହ୍ନଟ ହେଲେ ୨୪୬

ଭୁବନେଶ୍ୱର: ଓଡ଼ିଶାରେ ଆଉ ୪୯୪ ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ୨୩ଟି ଜିଲ୍ଲାରୁ ଏହି ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ଗଞ୍ଜାମରୁ ସର୍ବାଧିକ ୨୪୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ଚିହ୍ନଟ ନୂଆ ୪୯୪ ଆକ୍ରାନ୍ତଙ୍କ ମଧ୍ୟରୁ ୩୨୨ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୧୭୨ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୧୫,୩୯୨ ରେ ପହଞ୍ଚିଛି। ସେଥିମଧ୍ୟରୁ ୧୦,୪୭୬ଜଣ ସୁସ୍ଥ ହୋଇଥିବାବେଳେ ୪,୮୧୩ ଜଣ ଚିକିତ୍ସାଧୀନ ଅଛନ୍ତି।

You might also like