ରାଜ୍ୟରେ ଆଉ ୨୮୨ କରୋନା ପଜିଟିଭ୍‌‌ ଚିହ୍ନଟ, ୨୬ଟି ଲୋକାଲ୍ କେସ୍

ଭୁବନେଶ୍ୱର: ରାଜ୍ୟରେ ଆଉ ୨୮୨  ଜଣ କରୋନା ଆକ୍ରାନ୍ତ‌ ଚିହ୍ନଟ ହୋଇଛନ୍ତି। ଏ ନେଇ ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ଗଜପତି ଜିଲ୍ଲାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ୨୮୨  ଆକ୍ରାନ୍ତଙ୍କ ମଧ୍ୟରୁ ୨୫୬ ଜଣ କ୍ୱାରେଣ୍ଟିନ୍‌ରେ ରହିଥିଲେ। ସେହିପରି ଲୋକାଲ୍ କଣ୍ଟାକ୍ଟସ୍‌ ୨୬ ରହିଛି। ରାଜ୍ୟ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି।

ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ୨୬, ଝାରସୁଗୁଡ଼ାରୁ ୨୩, ବାଲେଶ୍ୱରରୁ ୩, କଟକରୁ ୪, ଯାଜପୁରରୁ ୬, ପୁରୀରୁ ୯, ଅନୁଗୁଳ, ସୁନ୍ଦରଗଡ଼, ବଲାଙ୍ଗିର, କୋରାପୁଟ ଓ ନୟାଗଡ଼ରୁ ଜଣେ ଲେଖାଏ, ଜଗତସିଂହପୁରରୁ ୧୧, କନ୍ଧମାଳରୁ ୧୭, ଗଞ୍ଜାମରୁ ୭୫, ଗଜପତିରୁ ୭୬, ସମ୍ବଲପୁରରୁ ୧୩, ମୟୂରଭଞ୍ଜରୁ ୬ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ସେହିପରି ପଶ୍ଚିମବଙ୍ଗରୁ ଅମ୍ପନ୍‌ ମୁକାବିଲା କରି ଫେରିଥିବା ଏନ୍‌ଡିଆର୍‌ଏଫ୍‌ର ଆଉ ୮ ଜଣ କର୍ମଚାରୀ କରୋନାରେ ଆକ୍ରାନ୍ତ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫,୭୫୨ରେ ପହଞ୍ଚିଛି। ଆକ୍ରାନ୍ତଙ୍କ ମଧ୍ୟରୁ ୧,୭୪୦ଜଣ ଚିକିତ୍ସାଧୀନ ଥିବାବେଳେ ୩,୯୮୮ଜଣ ସୁସ୍ଥ ହୋଇଛନ୍ତି। ୧୭ଜଣଙ୍କ ମୃତ୍ୟୁ ଘଟିଛି। ସେହିପରି ଆଉ ୭ ଜଣ କରୋନାରେ ଆକ୍ରାନ୍ତ ହୋଇଥିଲେ ମଧ୍ୟ କରୋନା ଯୋଗୁ ସେମାନଙ୍କର ମୃତ୍ୟୁ ଘଟି ନ ଥିବା ସୂଚନା ଦିଆଯାଇଛି। ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରେ ସୂଚନା ଦିଆଯାଇଛି।

ଆହୁରି ପଢ଼ନ୍ତୁ

Coronavirus Odisha News: ୪ ହଜାରରୁ ଅଧିକ ପଜିଟିଭ୍ ଚିହ୍ନଟ

ଦିନକରେ ଓଡ଼ିଶାରେ ୪,୧୮୦ କରୋନା ଆକ୍ରାନ୍ତ‌ ଚିହ୍ନଟ: ଖୋର୍ଦ୍ଧାରୁ ୬୮୮, କଟକରୁ ୪୯୨

ଦିନକରେ ଓଡ଼ିଶାରେ ୪,୨୪୧ କରୋନା ପଜିଟିଭ୍‌‌ ଚିହ୍ନଟ, ଖୋର୍ଦ୍ଧାରୁ କେବଳ ୬୪୭

Bhubaneswar Corona News: ୩୬୨ କରୋନା ପଜିଟିଭ ଚିହ୍ନଟ, ୨୮୬ ଲୋକାଲ୍‌ କେସ

Corona Update In Odisha: ୨୪ ଘଣ୍ଟାରେ ୪,୨୭୦ ପଜିଟିଭ୍‌ ଚିହ୍ନଟ

୨୪ ଘଣ୍ଟାରେ ଓଡ଼ିଶାରୁ ୩,୫୪୩ କରୋନା ପଜିଟିଭ୍‌ ଚିହ୍ନଟ, ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ ଚିହ୍ନଟ

Corona Updates In Odisha: ଦିନକରେ ୩,୨୬୭ ପଜିଟିଭ୍‌ ଚିହ୍ନଟ, ଖୋର୍ଦ୍ଧାରୁ ୮୦୦ରୁ ଅଧିକ

Corona Updates In Odisha: ଦିନକରେ ଚିହ୍ନଟ ହେଲେ ୩,୨୧୯ କରୋନା ପଜିଟିଭ୍‌

୨୪ ଘଣ୍ଟାରେ ଓଡ଼ିଶାରେ ୩,୦୨୫ କରୋନା ଆକ୍ରାନ୍ତ‌ ଚିହ୍ନଟ

Corona Updates In Odisha: ୨୪ ଘଣ୍ଟାରେ ଓଡ଼ିଶାରେ ୨,୬୦୨ କରୋନା ପଜିଟିଭ୍‌ ଚିହ୍ନଟ, ଆଜି ବି ଖୋର୍ଦ୍ଧାରୁ ସର୍ବାଧିକ

ଚାନ୍ଦବାଲି ବିଧାୟକଙ୍କୁ କରୋନା: Chandbali MLA Byomkesh Ray Tests Covid19 Positive

ଓଡ଼ିଶାରେ ଦିନକରେ ୩,୬୮୨ କରୋନା ଆକ୍ରାନ୍ତ‌ ଚିହ୍ନଟ, ଚିନ୍ତା ବଢ଼ାଇଲା ଖୋର୍ଦ୍ଧା

You might also like