• translate
Rajalaxmi Sahoo

ଭୁବନେଶ୍ୱର: ରାଜ୍ୟରେ ଆଉ ୨୪୮୭ କରୋନା ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ୫୧ ଜଣ ଆକ୍ରାନ୍ତଙ୍କ ମୃତ୍ୟୁ ଘଟିଛି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଜନିତ ମୃତ୍ୟୁ ସଂଖ୍ୟା ୪,୨୯୯ରେ ପହଞ୍ଚିଛି। ସେହିପରି ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୭,୧୮୬କୁ ବୃଦ୍ଧି ପାଇଛି। ଜୁଲାଇ ୫ର ରିପୋର୍ଟ ଅନୁସାରେ, ରାଜ୍ୟରେ ୨୪୮୭ ନୂଆ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ କ୍ୱାରେଣ୍ଟିନ୍‌ରୁ ୧୪୨୮ ଚିହ୍ନଟ ହୋଇଥିବା ବେଳେ ଲୋକାଲ୍‌ କଣ୍ଟାକ୍ସ୍ ୧,୦୫୯ ରହିଛି। 

ଚିହ୍ନଟ ନୂଆ ହୋଇଥିବା ୨୪୮୭ କରୋନା ସଂକ୍ରମିତଙ୍କ ମଧ୍ୟରୁ ଅନୁଗୁଳରୁ ୭୯, ବାଲେଶ୍ୱରରୁ ୧୫୭, ବରଗଡ଼ରୁ ୨୨, ଭଦ୍ରକରୁ ୧୧୩, ବଲାଙ୍ଗିରରୁ ୧୬, ବୌଦ୍ଧରୁ ୧୨, କଟକରୁ ୪୨୨, ଦେବଗଡ଼ରୁ ୯, ଢେଙ୍କାନାଳରୁ ୫୯, ଗଜପତିରୁ ୧୧, ଗଞ୍ଜାମରୁ ୧୪, ଜଗତସିଂହପୁରରୁ ୧୨୬, ଯାଜପୁରରୁ ୨୦୨, ଝାରସୁଗୁଡ଼ାରୁ ୧୨, କଳାହାଣ୍ଡିରୁ ୭, କନ୍ଧମାଳରୁ ୨୩, କେନ୍ଦ୍ରାପଡ଼ାରୁ ୮୭, କେନ୍ଦୁଝରରୁ ୬୮, ଖୋର୍ଦ୍ଧାରୁ ୪୦୭, କୋରାପୁଟରୁ ୫୨, ମାଲକାନଗିରିରୁ ୫୪, ମୟୂରଭଞ୍ଜରୁ ୧୦୩, ନବରଙ୍ଗପୁରରୁ ୨୩, ନୟାଗଡ଼ରୁ ୮୦, ନୂଆପଡ଼ାରୁ ୫, ପୁରୀରୁ ୧୫୪, ରାୟଗଡ଼ାରୁ ୨୬, ସମ୍ବଲପୁରରୁ ୨୬, ସୋନପୁରରୁ ୧୪, ସୁନ୍ଦରଗଡ଼ରୁ ୨୮ ଓ ଷ୍ଟେଟ୍‌ ପୁଲ୍‌ରୁ ୭୬ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଚିହ୍ନଟ ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ କଟକରୁ ସର୍ବାଧିକ ୪୨୨ ଚିହ୍ନଟ ହୋଇଛନ୍ତି। କଟକ ପରେ ଖୋର୍ଦ୍ଧାରୁ ୪୦୭ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୯,୨୭,୧୮୬ରେ ପହଞ୍ଚି ଥିବାବେଳେ ୮,୯୪,୧୦୪ ଜଣ ସୁସ୍ଥ ହୋଇଛନ୍ତି। ତେବେ ଆକ୍ଟିଭ୍‌ କେସ୍‌-୨୮,୭୩୦ ରହିଛି। ଜୁଲାଇ ୪ରେ ରାଜ୍ୟରେ ୨,୮୦୩  ସଂକ୍ରମିତ ଚିହ୍ନଟ ହୋଇଥିଲେ

Other Stories