୨୪ ଘଣ୍ଟାରେ ଓଡ଼ିଶାରେ ୨୩୪ କରୋନା ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର: ଗତ ୨୪ ଘଣ୍ଟାରେ ରାଜ୍ୟରେ ୨୩୪ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ୧୩୯ ଜଣ କ୍ୱାରେଣ୍ଟିନ୍‌ରେ ଥିବାବେଳେ ଲୋକାଲ୍ କେସ୍‌ ୯୫ ରହିଛି। ନୂଆପଡ଼ା ଜିଲ୍ଲାରୁ ସର୍ବାଧିକ ୩୩ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ଖୋର୍ଦ୍ଧାରୁ ୩୨, କଟକରୁ ୨୯, ବରଗଡ଼ରୁ ୨୪, କଳାହାଣ୍ଡିରୁ ୧୭, ସୁନ୍ଦରଗଡ଼ ଓ ବଲାଙ୍ଗିରରୁ ୧୫ ଜଣ ଲେଖାଏ, ସମ୍ବଲପୁରରୁ ୧୧ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ମୋଟ୍‌ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩,୩୯,୬୯୪ରେ ପହଞ୍ଚିଛି।

ଗତକାଲି ଓଡ଼ିଶାରୁ ୨୧୪ ପଜିଟିଭ୍‌ ଚିହ୍ନଟ ହୋଇଥିଲେ। ୧୨୬ ଜଣ କ୍ୱାରେଣ୍ଟିନରେ ଥିବାବେଳେ ୮୮ ଟି ଲୋକାଲ୍‌ କେସ୍‌ ଥିବା ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା।

You might also like