• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Abinash Pati

ଭୁବନେଶ୍ୱର: ଅନଲକ୍-ଥ୍ରୀରେ ରାଜ୍ୟରେ ବଳବତ୍ତର ରହିବ ରାତ୍ରକାଳୀନ କର୍ଫ୍ୟୁ। ରାତି ୯ଟାରୁ ସକାଳ ୫ଟା ଯାଏ ସାଧାରଣ ଆତଜାତ ବନ୍ଦ ରହିବ। ହେଲେ ରାତ୍ରକାଳୀନ କର୍ଫ୍ୟୁରେ ଅତ୍ୟାବଶ୍ୟକ ସେବା କିନ୍ତୁ ଚାଲୁ ରହିବ। ଓ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ଯାଆସ କରିପାରିବେ।

 

କଣ ବନ୍ଦ ରହିବ କଣ ଖୋଲିବ ?

ସେହିଭଳି କଣ୍ଟେନମେଣ୍ଟ ଜୋନରେ ଲକ୍‌ଡାଉନ ସଂପୂର୍ଣ୍ଣ ଲାଗୁ ହବ। କଣ୍ଟେନମେଣ୍ଟ ଜୋନରେ ଅବାଧ ପ୍ରବେଶ, ପ୍ରସ୍ଥାନ ଉପରେ ରୋକ୍ ଜାରି ରହିବ।

ଅଗଷ୍ଟ ୩୧ ଯାଏ ଧାର୍ମିକ ଅନୁଷ୍ଠାନ ଲୋକଙ୍କ ପାଇଁ ବନ୍ଦ ରହିବା ସହ ଅନ୍ତର୍ଜାତୀୟ ବିମାନ ଚଳାଚଳ, ସିନେମା ହଲ୍, ସୁଇମିଂ ପୁଲ୍ ବନ୍ଦ ରହିବ। ସେହିଭଳି ଥିଏଟର, ଆସେମ୍ବ୍ଲି ହଲ୍, ସାମାଜିକ, ରାଜନୈତିକ କାର୍ଯ୍ୟ ଉପରେ କଟକଣା ବଳବତ୍ତର ରହିବ। ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନରେ ପାଠ ପଢ଼ା ବନ୍ଦ ରହିବ, ତେବେ ପରୀକ୍ଷାକୁ ଅନୁମତି ମିଳିଛି।

କେନ୍ଦ୍ର ସରକାରଙ୍କ ନିୟମ ଭଳି ଅଗଷ୍ଟ ୫ରୁ ଯୋଗ କେନ୍ଦ୍ର ଓ ଜିମ୍ ଖୋଲା ଯାଇପାରିବ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ସେହିଭଳି ସେଲୁନ, ସ୍ପା ଆଦି ସୁରକ୍ଷା ମାନି କାର୍ଯ୍ୟ ଜାରି ରଖିପାରିବେ।

ରାଜ୍ୟ ବାହାରୁ ୩ ଦିନ ପାଇଁ ଆସିଲେ କ୍ୱାରେଣ୍ଟିନ ହେବେନି

ରାଜ୍ୟ ବାହାରୁ କେହି ୩ ଦିନ ପାଇଁ ଆସିଲେ କ୍ୱାରେଣ୍ଟିନ ହେବେନି। ୩ ଦିନରୁ ଅଧିକ କେହି ରହିଲେ ସେମାନଙ୍କୁ କ୍ୱାରେଣ୍ଟିନ କରାଯିବ ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି।

ଶନିବାର ସରକାରୀ ଅଫିସ୍ ବନ୍ଦ

ନୂଆ କଟକଣା ଅନୁସାରେ ଅଗଷ୍ଟ ମାସରେ ୫୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ଅଫିସ ଚାଲିବ। ଗ୍ରୁପ୍-ଏ କର୍ମଚାରୀଙ୍କ ସହିତ ସମସ୍ତ କର୍ମଚାରୀଙ୍କୁ ମିଶାଇ ମାତ୍ର ୫୦% କର୍ମଚାରୀରେ ଅଫିସ କାର୍ଯ୍ୟ ଚଳାଇବାକୁ ନିର୍ଦ୍ଦେଶନାମା ଜାରି ହୋଇଛି। କ୍ରମ ବର୍ଦ୍ଧିଷ୍ଣୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରାକାର। ତା ସହିତ ପ୍ରତି ସପ୍ତାହର ଶନିବାର ସମସ୍ତ ସରକାରୀ ଅଫିସ ବନ୍ଦ ରହିବ।

Image may contain: 1 person, text

ସଟ୍‌ଡାଉନ୍ ଘୋଷଣା

ଗଂଜାମ, ଗଜପତି, ଖୋର୍ଦ୍ଧା ଓ କଟକ ସହ ୪ ଜିଲ୍ଲା ଏବଂ ରାଉରକେଲା ସହରରେ ସପ୍ତାହାନ୍ତ ସଟଡାଉନ ଲାଗୁ ହେବ। ଅଗଷ୍ଟ ୧ ଓ ୨ରେ ସଟଡାଉନରେ ସାମାନ୍ୟ କୋହଳ କରାଯିବ। ଅର୍ଥାତ୍ ଅଗଷ୍ଟ ୧ ଓ ୨ରେ ଦିନ ୧ଟାରୁ ରାତି ୯ଟା ଯାଏ ସଟଡାଉନ। ଏହି ୪ ଜିଲ୍ଲା ଏହି ଦୁଇ ଦିନ ମଧ୍ୟାହ୍ନ ଗୋଟାଏ ଯାଏଁ ସବୁ କିଛି ଖୋଲା ରହିବ। ତେବେ ପରବର୍ତ୍ତୀ ଶନି ଓ ରବିବାର ସଂପୂର୍ଣ୍ଣ ସଟଡାଉନ ଲାଗୁ ହେବ।

Image may contain: 1 person

ସଟଡାଉନରେ ପୂର୍ବରୁ ଯେଭଳି କଟକଣା ଲାଗୁ କରାଯାଉଥିଲା ସେହିଭଳି କଟକଣା ଲାଗୁ ହେବ ବୋଲି ଏସଆରସି ସୂଚନା ଦେଇଛନ୍ତି। ତେବେ ଅତ୍ୟାବଶ୍ୟକ ସେବାରେ ନିୟୋଜିତ କର୍ମଚାରୀ ପୂର୍ବଭଳି ଯାଆସ କରିପାରିବେ।

Image may contain: 1 person

ଅମାନିଆଙ୍କ ପାଇଁ କଡ଼ା କଟକଣା ଓ ଫାଇନ୍‌

କରୋନା ସଂକ୍ରମଣ ରୋକିବାକୁ କୋଭିଡ୍ ନିୟମକୁ ଏଭଳି କଠୋର କରିଛନ୍ତି ରାଜ୍ୟ ସରକାର। ମାସ୍କ ନପିନ୍ଧିଲେ ୫ ହଜାର ଟଙ୍କା ଯାଏ ଜରିମାନା ଆଦାୟ ହେବ। ପ୍ରଥମ ୨ ଥର ମାସ୍କ ନପିନ୍ଧି ଧରାପଡ଼ିଲେ ହଜାରେ ଲେଖାଏଁ ଏବଂ ପରବର୍ତ୍ତୀ ଅବସ୍ଥାରେ ଧରାପଡ଼ିଲେ ଆଦାୟ ହେବ ୫ ହଜାର ଟଙ୍କା।

Image may contain: one or more people

ବାହାଘର ଓ ଶୁଦ୍ଧିକ୍ରିୟା ପାଇଁ ଗାଇଡ୍‌ଲାଇନ୍‌

ବାହାଘରରେ କୌଣସି ପରିସ୍ଥିତିରେ ୫୦ରୁ ଅଧିକ ଲୋକ ରହିବେନି। ବର, କନ୍ୟା ପକ୍ଷ ସମସ୍ତଙ୍କୁ ମିଶାଇ ୫୦ରୁ ଅଧିକ ଲୋକ ରହିବେନି ବୋଲି ଏସ୍‌ଆର୍‌ସି ସୂଚନା ଦେଇଛନ୍ତି। ବାହାଘର ଗାଇଡଲାଇନ ନମାନିଲେ ଜରିମାନା ୧୦ ହଜାର ଫାଇନ ଗଣିବାକୁ ପଡ଼ିବ। ବାହାଘର ହେଉଥିବା ମଣ୍ଡପକୁ ସିଲ୍ କରାଯିବ। ୧୦ ହଜାର ଜରିମାନା ପରବର୍ତ୍ତୀ ପର୍ଯ୍ୟାୟରେ ଅଧିକ ବଢ଼ିବ।

ସେହିଭଳି ଶୁଦ୍ଧିକ୍ରିୟା କାର୍ଯ୍ୟରେ ୨୦ରୁ ଅଧିକ ଲୋକ ରହିପାରିବେନି। ବାହାଘର, ଶୁଦ୍ଧିରେ ଗାଇଡଲାଇନ ଭାଙ୍ଗିଲେ କଡ଼ା କାର୍ଯ୍ୟାନୁଷ୍ଠାନ କରାଯିବ ବୋଲି ଆଜି ସାମ୍ବାଦିକ ସମ୍ମିଳନୀ କରି ସୂଚନା ଦେଇଛନ୍ତି ଏସ୍‌ଆର୍‌ସି।

ଦୋକାନୀ ସାମାଜିକ ଦୂରତ୍ୱ ନିୟମ ନ ମାନିଲେ ?

ସାମାଜିକ ଦୂରତ୍ୱ ଭଙ୍ଗ କରୁଥିବା ଦୋକାନକୁ ସିଲ୍ କରାଯିବ। ପ୍ରଥମ ଥର ନିୟମ ଭାଙ୍ଗିଲେ ଜରିମାନା ଓ ୧ ସପ୍ତାହ ସିଲ୍ ପରେ ଦ୍ୱିତୀୟ ଥର ନିୟମ ଭାଙ୍ଗିଲେ ଦୋକାନ ମାସେ ସିଲ୍ ଓ ଜରିମାନା ଗଣିବେ ଦୋକାନୀ।

 

Odisha-releases-new-unlock-3-guidelines-details-inside1
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories