ଓଡ଼ିଶାରେ ପୁଣି ୫ କରୋନା ପଜିଟିଭ୍‌ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଆଉ ୫ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ୱେବ୍‌ସାଇଟ୍‌ରୁ ଏହି ସୂଚନା ମିଳିଛି।

ଏହି ନୂଆ ୫ କରୋନା ଆକ୍ରାନ୍ତ‌ ବାଲେଶ୍ୱରର ବୋଲି ସୂଚନା ମିଳିଛି। ଆଜିର ୫ ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ବର୍ତ୍ତମାନ ସୁଦ୍ଧା କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୮କୁ ବୃଦ୍ଧି ପାଇ ଥିବାବେଳେ ବାଲେଶ୍ୱରରୁ ଏବେ ଯାଏ ୧୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

ମୋଟ୍ ୧୦୮ ଆକ୍ରାନ୍ତଙ୍କ ମଧ୍ୟରୁ ଏବେ ୭୨ ଜଣ ଚିକିତ୍ସାଧୀନ ଅଛନ୍ତି। ୩୫ ଜଣ ଏବେ ଯାଏ ସୁସ୍ଥ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସବୁଠୁ ଅଧିକ ଖୋର୍ଦ୍ଧା ଜିଲ୍ଲା ଅର୍ଥାତ ଭୁବନେଶ୍ୱରରୁ ୪୬ ଜଣ ଚିହ୍ନଟ ହୋଇଛନ୍ତି। ସେହିଭଳି ଦ୍ୱିତୀୟ ସର୍ବାଧିକ ଯାଜପୁରରେ ୧୮ ଏବଂ ଭଦ୍ରକରେ ୧୬ ଜଣ ଚିହ୍ନଟ ହୋଇଛନ୍ତି।

ଶନିବାର ଯାଜପୁର ଜିଲ୍ଲାର ୬ ଆକ୍ରାନ୍ତ ଚିହ୍ନଟ ହେବା ପରେ, ଗତକାଲି ସୁନ୍ଦରଗଡ଼ ଜିଲ୍ଲାରୁ ନୂଆ ୩ କରୋନା ପଜିଟିଭ୍ ଚିହ୍ନଟ ହୋଇଥିଲେ। ସୁନ୍ଦରଗଡ଼ର ୩ ନୂଆ ପଜିଟିଭକୁ ମିଶାଇ ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୬ରେ ପହଞ୍ଚିଛି। ତେବେ ପୂର୍ବରୁ ଆକ୍ରାନ୍ତ ଥିବା ୩ ଜଣ ସୁସ୍ଥ ହୋଇ ସାରିଛନ୍ତି।

ସେହିପରି ଗତକାଲି ଭୁବନେଶ୍ୱରର ଆଉ ଜଣେ କରୋନାରୁ ଆରୋଗ୍ୟ ଲାଭ କରିଥିବା ସରକାର ସୂଚନା ଦେଇଛନ୍ତି। ସେ ଭୁବନେଶ୍ୱର ଏମ୍ସରେ ଚିକିତ୍ସିତ ହେଉଥିଲେ। ଚିକତ୍ସା ପରେ ତାଙ୍କ କୋଭିଡ୍ ଟେଷ୍ଟ ରିପୋର୍ଟ ନେଗେଟିଭ ଆସିଛି। ସେ କରୋନାରୁ ଆରୋଗ୍ୟ ଲାଭ କରିଥିଲେ ମଧ୍ୟ ଅନ୍ୟ ରୋଗରେ ଆକ୍ରାନ୍ତ ଥିବାରୁ ମେଡିକାଲରେ ଏବେ ବି ଚିକିତ୍ସିତ ହେଉଛନ୍ତି। ସମ୍ପୂର୍ଣ୍ଣ ଭଲ ହେବା ପରେ ତାଙ୍କୁ ମେଡିକାଲରୁ ଡିସଚାର୍ଜ କରାଯିବ ବୋଲି ସୂଚନା ମିଳିଛି।

ଆହୁରି ପଢ଼ନ୍ତୁ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

You might also like