ରାଜ୍ୟରେ ଟିକାକରଣ ଅଭିଯାନ ସଫଳ, ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
ହିତାଧିକାରୀଙ୍କୁ ଗୋଟିଏ କମ୍ପାନିର ଟିକା ଦିଆଯିବ
ଭୁବନେଶ୍ୱର : ରାଜ୍ୟରେ ଟିକାକରଣ ଅଭିଯାନ ସଫଳ ହୋଇଛି । ବର୍ତ୍ତମାନ ସୁଦ୍ଧା ୧ ଲକ୍ଷ ୩୦ ହଜାର ୭ ଜଣଙ୍କୁ କରୋନା ଟିକା ଦିଆଗଲାଣି । ସର୍ବଭାରତୀୟ ସ୍ତରରେ ଟିକାକରଣରେ ଓଡ଼ିଶା ତୃତୀୟ ସ୍ଥାନରେ ଅଛି । ରାଜ୍ୟରେ ଟିକାକରଣ ସଫଳ ଚାଲିଥିବା କହିଛନ୍ତି ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ।
ସେ କହିଛନ୍ତି, ସମସ୍ତଙ୍କର ଟିକାକରଣ କରିବାକୁ ଚେଷ୍ଟା କରାଯି । ଗତକାଲି ଲକ୍ଷ୍ୟ ଧାର୍ଯ୍ୟ ଠାରୁ ଅଧିକ ଲୋକଙ୍କୁ ଟିକା ଦିଆଯାଇଛି । ଗତକାଲି ୧୬ ହଜାର ୩୮୪ ଜଣଙ୍କୁ ଟିକା ଦିଆଯାଇଛି ।୨୨୧ ସେସନ ସାଇଟରେ ୨୦ ହଜାର ୩୩୦ ସ୍ୱାସ୍ଥ୍ୟକର୍ମୀଙ୍କୁ ଟିକା ଦିଆଯିବ । ଭୁବନେଶ୍ୱର ପାଇଁ ଆଜି ୧ ଲକ୍ଷ ୪୯ ହଜାର ୭୬୦ ଡୋଜ୍ କୋଭାକ୍ସିନ ଆସିିଛି । ଏସବୁ ଭ୍ୟାକସିନ ଷ୍ଟୋରରୁ ରିଜଓନାଲ ଷ୍ଟୋରକୁ ପଠାଯିବ । ଆଉ ସେଠାରୁ ପ୍ରତି ଜିଲ୍ଲାକୁ ଯିବ ଭ୍ୟାକସିନ ।
ହିତାଧିକାରୀଙ୍କୁ ଗୋଟିଏ କମ୍ପାନିର ହିଁ ଟିକା ଦିଆଯିବ । ଅର୍ଥାତ ପ୍ରଥମ ଡୋଜ୍ ଯାହା ଦିଆଯିବ, ଦ୍ୱିତୀୟ ଡୋଜ୍ ବି ସେହି ଟିକା ଦିଆଯିବ । ଏପରି ନକଲେ ଶରୀରର ପ୍ରତିରୋଧକ ଶକ୍ତି ଉପରେ ପ୍ରଭାବ ପଡ଼ିବ ବୋଲି ବିଜୟ ପାଣିଗ୍ରାହୀ କହିଛନ୍ତି ।
#ରାଜ୍ୟରେ_ଟିକାକରଣ_ଅଭିଯାନ_ସଫଳ
ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ , ରାଜ୍ୟର ୧ ଲକ୍ଷ ୩୦ ହଜାର ୭ ଜଣଙ୍କୁ ଟିକା ଦିଆଗଲାଣି, ସୂଚନା ଦେଲେ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ#Odisha pic.twitter.com/WHyBYAzvHF— ଓଟିଭି (@otvkhabar) January 23, 2021
ସେହିପରି ରାଜ୍ୟରେ ସଫଳ ଟିକାକରଣ ଚାଲିଥିବା ବେଳେ କରୋନା ସଂକ୍ରମଣ ମଧ୍ୟ ଧଧୀରେ ଧୀରେ ହ୍ରାସ ପାଉଛି । ଗତକାଲି ୨୧ ଜିଲ୍ଲାରୁ ୧୫୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଥିବାବେଳେ ଆଜି ଚିହ୍ନଟ ହୋଇଛନ୍ତି ୧୩୦ ଜଣ ଆକ୍ରାନ୍ତ । ସେମାନଙ୍କ ମଧ୍ୟରୁ ୭୬ ଜଣ କ୍ୱାରେଣ୍ଟାଇନ୍ରେ ଥିବାବେଳେ ଲୋକାଲ୍ କେସ୍ ରହିଛି ୫୪। ଏ ନେଇ ସୂଚନା ଓ ଲୋକ ସଂପର୍କ ବିଭାଗ ପକ୍ଷରୁ ଏହି ସୂଚନା ଦିଆଯାଇଛି ।
୨୩ଟି ଜିଲ୍ଲା ଓ ଷ୍ଟେଟ୍ ପୁଲ୍ରୁ ଏହି ନୂଆ ଆକ୍ରାନ୍ତମାନେ ଚିହ୍ନଟ ହୋଇଛନ୍ତି। ପୁରୀ ଜିଲ୍ଲାରୁ ସର୍ବାଧିକ ୧୫ ଜଣ ଚିହ୍ନଟ ହୋଇଛନ୍ତି। ୬ଟି ଜିଲ୍ଲାରୁ ଜଣେ ଲେଖାଏ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିଭଳି ଦୁଇଟି ଜିଲ୍ଲାରୁ ୨ ଜଣ ଲେଖାଏ ଚିହ୍ନଟ ହୋଇଥିବା ବେଳେ ୨ଟି ଜିଲ୍ଲାରୁ ୩ ଜଣ ଲେଖାଏ ଚିହ୍ନଟ ହୋଇଛନ୍ତି।