• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ୧୯୯୦ରୁ ୨୦୧୭ ମସିହା। ଗତ ୨୭ ବର୍ଷର ତଥ୍ୟକୁ ହିସାବକୁ ନେଇ ଏସବିଆଇ ପକ୍ଷରୁ ପ୍ରସ୍ତୁତ ମାନବ ବିକାଶ ସୂଚୀରେ ଦେଶର ୨୫ଟି ରାଜ୍ୟଙ୍କ ମଧ୍ୟରେ ୨୨ ତମ ସ୍ଥାନରେ ରହିଛି ଓଡ଼ିଶା।

ଗୁଣାତ୍ମକ ଶିକ୍ଷା, ସ୍ୱାସ୍ଥ୍ୟ ଓ ଜୀବନ ଧାରଣର ମାନକୁ ହିସାବକୁ ନେଇ ଏହି ତାଲିକା ପ୍ରସ୍ତୁତ କରାଯାଇଛି। ୧୯୯୦ ମସିହାରେ ଓଡ଼ିଶା ୦.୪୦ ପଏଣ୍ଟ ପାଇ ୨୩ ତମ ସ୍ଥାନରେ ଥିଲା। ୨୭ ବର୍ଷ ପରେ ରାଜ୍ୟର ସ୍କୋର ୦.୬୦ ପଏଣ୍ଟକୁ ବୃଦ୍ଧି ପାଇଥିବା ବେଳେ ଏହା ମାତ୍ର ଗୋଟିଏ ସ୍ଥାନ ଉପରକୁ ଉଠିବାକୁ ସମର୍ଥ ହୋଇଛି।

ତେବେ ହ୍ୟୁମାନ ଡେଭଲପମେଣ୍ଟ ଇଣ୍ଡେକ୍ସ ବିକାଶ କ୍ଷେତ୍ରରେ ଓଡ଼ିଶା ଶ୍ରେଷ୍ଠ ୧୦ଟି ରାଜ୍ୟରେ ମଧ୍ୟରେ ରହିଛି। ଯାହାକି ଉତ୍ସାହଜନକ ଉତ୍ତର ଓ ମଧ୍ୟ ଭାରତର ୩ ବୃହତ ହିନ୍ଦୀ ଭାଷୀ ରାଜ୍ୟ ବିହାର, ଉତ୍ତରପ୍ରଦେଶ ଓ ମଧ୍ୟପ୍ରଦେଶ  ଓଡ଼ିଶା ପଛକୁ ରହିଥିବା କେରଳ, ଗୋଆ ଓ ପଞ୍ଜାବ ପ୍ରଥମ ତିନି ସ୍ଥାନରେ ରହିଛନ୍ତି।

ଏହି ସମୟ ମଧ୍ୟରେ ଓଡ଼ିଶାର ଅର୍ଥନୈତିକ ବିକାଶ ହାର ତ୍ୱରାନ୍ୱିତ ହୋଇଥିବା ରିପୋର୍ଟରେ କୁହାଯାଇଛି। ସାମାଜିକ କ୍ଷେତ୍ର ପାଇଁ ରାଜ୍ୟର ବାର୍ଷିକ ଖର୍ଚ୍ଚ ଅଭିବୃଦ୍ଧି ହାର ୧୫.୧ ପ୍ରତିଶତ ରହିଛି। ଯାହାକି ସମଗ୍ର ଦେଶରେ ତୃତୀୟ ଓ ପୂର୍ବ ଭାରତରେ ସବୁଠୁ ଅଧିକ।

ରାଜ୍ୟର ଅର୍ଥନୈତିକ ଅଭିବୃଦ୍ଧି କାରଣରୁ ମୁଣ୍ଡପିଛା ଆୟ ମଧ୍ୟ ବଢିଛି।  ମୁଣ୍ଡପିଛା ଆୟ କ୍ଷେତ୍ରରେ ଓଡ଼ିଶା ୪ଟି ସ୍ଥାନ ଉପରକୁ ଉଠିଛି। ତେବେ ଓଡ଼ିଶା ତାଲିକାର ଶେଷ ୪ର୍ଥ ସ୍ଥାନରେ ଥିବାରୁ ଏହାକୁ ନେଇ ଉତ୍ସାହିତ ହେବାର ବିଶେଷ କାରଣ ନାହିଁ ବୋଲି କହିଛନ୍ତି ବିଶେଷଜ୍ଞ।

ନବେ ଦଶକରେ ହ୍ୟୁମାନ ଡେଭଲପ୍‌ମେଣ୍ଟ ଇଣ୍ଡେକ୍ସ କ୍ଷେତ୍ରରେ ଯେଉଁ ରାଜ୍ୟମାନେ ସବୁଠୁ ପଛରେ ଥିଲେ ୨୦୧୪ ମସିହାରୁ ସେସବୁ ରାଜ୍ୟରେ ସାମାଜିକ କ୍ଷେତ୍ର ଅଭିବୃଦ୍ଧି ଭଲ ରହିଛି। ଓଡ଼ିଶା ସମେତ କିଛି ରାଜ୍ୟରେ ଏହାର ଦ୍ରୁତ ଅଭିବୃଦ୍ଧି ଘଟିଥିବା କୁହାଯାଇଛି।

https://youtu.be/iz1qL_K9AIg

Odisha-ranks-22nd-among-25-states-in-human-development-index
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories