ରାଜ୍ୟ ଘରୋଇ ବସ୍ ମାଲିକ ସଂଘର RBIକୁ ଚିଠି

ଭୁବନେଶ୍ୱର: ଋଣ ଆଦାୟ କରିବାରେ କୋହଳ ଉଦ୍ଦେଶ୍ୟରେ ରିଜର୍ଭ ବ୍ୟାଙ୍କ୍ ଗଭର୍ଣ୍ଣରଙ୍କୁ ଚିଠି ଲେଖିଛି ରାଜ୍ୟ ଘରୋଇ ବସ୍ ମାଲିକ ସଂଘ। ବସ୍ ମାଲିକଙ୍କ ଋଣ ଏବଂ ସୁଧ ଟଙ୍କା ବର୍ଷେ ଯାଏଁ ଆଦାୟ ନ କରିବାକୁ ଚିଠିରେ ଅନୁରୋଧ କରିଛି ବସ୍‌ ମାଲିକ ସଂଘ। ଏ ନେଇ ରିଜର୍ଭ ବ୍ୟାଙ୍କ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ଚିଠିରେ ଉଲ୍ଲେଖ କରାଯାଇଛି।

ଲକ୍‌ଡାଉନ୍ ଯୋଗୁଁ ମାର୍ଚ୍ଚ ମାସରୁ ବସ୍ ଚଳାଚଳ ବନ୍ଦ ରହିଛି। ଏବେ ମାତ୍ର ହାତ ଗଣତି କେତୋଟି ବସ୍ ଚାଲୁଛି, ସେଥିରେ ବି ଲୋକ ହେଉ ନାହାନ୍ତି। ଏଭଳି ସ୍ଥିତିରେ ବସ୍ ମାଲିକ ନାନା ଅସୁବିଧାର ସମ୍ମୁଖୀନ ହେଉଥିବା ଅଭିଯୋଗ ହୋଇଛି।

ରାଜ୍ୟରେ ପ୍ରାୟ ୧୪ ହଜାର ବସ୍‌ର ପାଖାପାଖି ୫୬ ହଜାର କର୍ମଚାରୀ ଘରେ ବସିଛନ୍ତି। ମାଲିକଙ୍କ ପାଖରେ ମଧ୍ୟ ଅର୍ଥର ଅଭାବ ରହିଛି। ବସ୍ ଚଳାଇବାକୁ ହେଲେ ସବୁ ବ୍ୟାଙ୍କ ବସ୍‌ ମାଲିକମାନଙ୍କୁ ୧ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କରିବା ପାଇଁ ନିର୍ଦ୍ଦେଶ ଦେବାକୁ ଆର୍‌ବିଆଇ ପାଖରେ ଦାବି କରିଛି ବସ୍‌ ମାଲିକ ସଂଘ।

ତା ସହିତ ଯେପର୍ଯ୍ୟନ୍ତ ଗାଡ଼ି ଚଳାଚଳ ନହୋଇଛି, ସେପର୍ଯ୍ୟନ୍ତ ସୁଧ ଏବଂ ମୂଳ ଆଦାୟ ନ କରିବାକୁ ରିଜର୍ଭ ବ୍ୟାଙ୍କ୍ ସମସ୍ତ ବ୍ୟାଙ୍କକୁ ନିର୍ଦ୍ଦେଶ ଦେବାକୁ ବସ୍ ମାଲିକ ସଂଘ ଦାବି କରିଛି। ଏ ନେଇ ରାଜ୍ୟ ସରକାରଙ୍କୁ ମଧ୍ୟ ଅବଗତ କରାଯାଇଛି। ରାଜ୍ୟ ସରକାର କେନ୍ଦ୍ର ସରକାର କିମ୍ବା ରିଜର୍ଭ ବ୍ୟାଙ୍କକୁ ମଧ୍ୟ ଏ ସଂପର୍କରେ ଜଣାଇବାକୁ ବସ୍ ମାଲିକ ସଂଘ କହିଛି।

ଆହୁରି ପଢ଼ନ୍ତୁ

Plus III Admission: ଆଜି ପ୍ରକାଶ ପାଇବ ପ୍ରଥମ ମେରିଟ୍ ଲିଷ୍ଟ

ତାପଙ୍ଗର ହାତିଆ ମୁଣ୍ଡିଆ ନିଷିଦ୍ଧାଞ୍ଚଳ ଘୋଷିତ

କରୋନା ନେଇଗଲା କୋଭିଡ୍ ଯୋଦ୍ଧାଙ୍କ ଜୀବନ

ଓଡ଼ିଆ ବୈଜ୍ଞାନିକ ଜ୍ୟୋତିର୍ମୟୀ ଦାଶଙ୍କୁ ଭାରତର ସର୍ବୋଚ୍ଚ ବିଜ୍ଞାନ ପୁରସ୍କାର

ଗାଈଗୋରୁଙ୍କ ଜୀବନ ରକ୍ଷା ପାଇଁ ଅଭିନବ ପ୍ରୟାସ

ବିଧାନସଭା ଅଧିବେଶନ ପୂର୍ବରୁ ଆସିଲା କରୋନା ଟେଷ୍ଟ ରିପୋର୍ଟ, ୧୩୬ ଜଣଙ୍କ ରିପୋର୍ଟ ପଜିଟିଭ୍

ଭୁବନେଶ୍ୱରରୁ ୩୧୭ ପଜିଟିଭ ଚିହ୍ନଟ, ୨୫୫ ଲୋକାଲ କେସ୍

ପୂରଣ ହେଲା ସ୍ୱାଭିମାନ ଅଞ୍ଚଳବାସୀଙ୍କ ଆଶା

ଆଜିଠୁ ଓଡ଼ିଶାର ଏହି ସହର ୭ ଦିନ ସଟ୍‌ଡାଉନ୍‌

ବିଶ୍ୱ ପର୍ଯ୍ୟଟନ ଦିବସରେ କୋଣାର୍କକୁ ଗଡ଼ିଲା ‘ମୋ ବସ୍’

ଓଡ଼ିଶାରେ କୋଭିଡ୍‌ ପରିଚାଳନାକୁ ନେଇ ପ୍ରଶ୍ନ ଉଠାଇଲେ ବିଜେଡି ବିଧାୟକ

ଦିନକରେ ଓଡ଼ିଶାରେ ୧୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ

You might also like