କରୋନା ଟିକା ପାଇଁ ପସ୍ତୁତ ରାଜ୍ୟ ସରକାର; ସ୍ୱାସ୍ଥ୍ୟମନ୍ତ୍ରୀ

ଭୁବନେଶ୍ୱର: କରୋନା ଟିକା ଆସିଲେ କେମିତି ଏହାର ବଣ୍ଟନ କରାଯିବ ସେନେଇ ରାଜ୍ୟ ସରକାର ପ୍ରସ୍ତୁତ ଥିବା ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ ନବ ଦାସ। କେନ୍ଦ୍ର ସରକାରଙ୍କ ଗାଇଡ୍‌ଲାଇନ୍ ଅନୁଯାୟୀ ରାଜ୍ୟ ପ୍ରସ୍ତୁତ ଅଛି ଓ ଏଥିପାଇଁ ଡାଟା ବେସ ପ୍ରସ୍ତୁତ କରାଯାଇଛି ବୋଲି ନବ ଦାସ କହିଛନ୍ତି।

ସ୍ୱାସ୍ଥ୍ୟ କର୍ମୀ, ବୟସ୍କ ଓ ଗର୍ଭବତୀଙ୍କୁ ଅଧିକ ଗୁରୁତ୍ୱ ଦିଆଯିବ। ତେବେ ସ୍ୱାସ୍ଥ୍ୟ ଭିତ୍ତି ଭୂମି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ମଧ୍ୟରେ ଆଲୋଚନା କରି ଆମେ ନିଷ୍ପତ୍ତି ନେବୁ ବୋଲି ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟ ମନ୍ତ୍ରୀ।

କରୋନା ଟିକା ନେଇ ଚଳିତ ମାସ ୧୮ ତାରିଖରେ ସୂଚନା ଦେଇଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ବୟସ୍କ ଓ ପ୍ରସୂତିଙ୍କୁ ଅଗ୍ରାଧିକାର ଭିତ୍ତିରେ ଆଗ ଟିକା ଦିଆଯିବ ବୋଲି କରୋନା ମୁକାବିଲା ସମୀକ୍ଷା ବେଳେ ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ। ଏଥିସହିତ କରୋନା ଟିକା ପରୀକ୍ଷଣ ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ସହିତ ଖୁବ୍‌ଶୀଘ୍ର ଏହା ବଜାରରେ ପହଞ୍ଚିବ ବୋଲି ଆଶା କରାଯାଉଥିବା ମୁଖ୍ୟମନ୍ତ୍ରୀ କହିଥିଲେ। ତେଣୁ ଟିକା ଆସିଲେ ପ୍ରଥମେ ୬୦ ବର୍ଷରୁ ଅଧିକ ବୟସ୍କଙ୍କୁ ଅଗ୍ରାଧିକାର ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ।

 

You might also like