PPE କିଟ୍, ମାସ୍କ କିଣା ଦୁର୍ନୀତିର ସଂପୂର୍ଣ୍ଣ ତଥ୍ୟ ଦେଉନାହାନ୍ତି ରାଜ୍ୟ ସରକାର

ଭୁବନେଶ୍ୱର:  PPE କିଟ୍ ଓ ମାସ୍କ କିଣାର ସଂପୂର୍ଣ୍ଣ ତଥ୍ୟ ରାଜ୍ୟ ସରକାର ଦେଉ ନାହାନ୍ତି। ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି ଲୋକାୟୁକ୍ତ। ଆବେଦନକାରୀ ସୁଦର୍ଶନ ଦାସ ଓ ସୁଶାନ୍ତ ପାଢ଼ୀ ଏନେଇ ସୂଚନା ଦେଇଛନ୍ତି ।

ମାସ୍କ ଦୁର୍ନୀତି ଘଟଣାରେ ବ୍ୟକ୍ତିଗତ ହାଜିରା ହୋଇ ମୁଖ୍ୟ ଶାସନ ସଚିବଙ୍କୁ ପକ୍ଷ ରଖିବା ପାଇଁ ଲୋକାୟୁକ୍ତ କହିଥିଲେ । ତେବେ ମୁଖ୍ୟ ଶାସନ ସଚିବ ଆଜି ନିଜେ ହାଜିରା ନହୋଇ ଏକ ଚିଠି ମାଧ୍ୟମରେ ତାଙ୍କର ଉତ୍ତର ରଖିଥିଲେ । କୋଭିଡ ମହାମାରୀ ସମୟରେ କେଉଁ କେଉଁ ଅଧିକାରୀଙ୍କୁ କଣ ଦାୟିତ୍ୱ ଦିଆଯାଇଥିଲା, ସେସବୁର ଉତ୍ତର ଚିଠି ମାଧ୍ୟମରେ ରଖିଥିଲେ ।

ସେହିପରି ହେମନ୍ତ ଶର୍ମାଙ୍କୁ ନିଜ ଦାୟିତ୍ୱରୁ କାହିଁକି ଅବ୍ୟାହତି ଦିଆଯାଇଥିଲା, ସେ ସମ୍ପର୍କରେ ମଧ୍ୟ ଉତ୍ତର ରଖିଥିଲେ । କହିଥିଲେ, ହେମନ୍ତ ଶର୍ମାଙ୍କୁ ନିଜ ଦାୟିତ୍ୱ ସହ ଅତିରିକ୍ତ ଦାୟିତ୍ୱ ଦିଆଆଯାଇଥିଲା । ତେଣୁ ତାଙ୍କ କାର୍ଯ୍ୟଭାର ବଢିବାରୁ ତାଙ୍କୁ ଅବ୍ୟାହତି ଦିଆଯାଇଥିଲା ।

ଯାହା ବି ହେଉଏ ରାଜ୍ୟ ସରକାର PPE କିଟ୍ ଓ ମାସ୍କ କିଣାର ସଂପୂର୍ଣ୍ଣ ତଥ୍ୟ ଦେଇ ନ ଥିବାରୁ କ୍ଷୋଭ ପ୍ରକାଶ କରିଛନ୍ତି ଲୋକାୟୁକ୍ତ। ଆଜି ଲୋକାୟୁକ୍ତରେ ପୁଣି ହାଜର ହୋଇଛନ୍ତି ଔଷଧ ନିଗମ ଅଧ୍ୟକ୍ଷା ଯାମିନୀ ଷଡ଼ଙ୍ଗୀ। ଯାମିନୀଙ୍କ ସହ ଶିଳ୍ପ ସଚିବ ହେମନ୍ତ ଶର୍ମା ମଧ୍ୟ ଲୋକାୟୁକ୍ତରେ ହାଜର ହୋଇଛନ୍ତି॥ ମାମଲାରେ ନିଜ ପକ୍ଷ ରଖିବାକୁ ପୂର୍ବରୁ ନିର୍ଦ୍ଦେଶ ଦେଇଥିଲେ ଲୋକାୟୁକ୍ତ। ଏହା ପୂର୍ବରୁ ମଧ୍ୟ ଲୋକାୟୁକ୍ତଙ୍କ ନିକଟରେ ହାଜର ହୋଇଥିଲେ ଯାମିନୀ ଷଡ଼ଙ୍ଗୀ ଓ ହେମନ୍ତ ଶର୍ମା।

ଆସନ୍ତା ଡିସେମ୍ବର ୭ରେ ମାମଲାର ଚୂଡ଼ାନ୍ତ ଶୁଣାଣି ହେବ।

You might also like