‘ଗିରଫ ୨ ଜଣଙ୍କ ଅପରାଧ କଣ’
ଭୁବନେଶ୍ୱର: ଭାଇରାଲ୍ ଅଡିଓ ମାମଲାରେ ୨ ଜଣଙ୍କୁ ଗିରଫ କରାଯିବାକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା। ଟ୍ୱିଟ୍ ସେ କହିଛନ୍ତି ଯେ, ଫୋନ କଥାବାର୍ତ୍ତାକୁ ଅନଲାଇନରେ ପୋଷ୍ଟ କରିଥିବା ଦୁଇ ଜଣଙ୍କୁ ଓଡ଼ିଶା ପୋଲିସ ଗିରଫ କରିଛି। ସେମାନଙ୍କ ଅପରାଧ କଣ ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ।
ଦୁଇ ଜଣଙ୍କ ମଧ୍ୟରୁ ଜଣେ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିଲେ ଓ ଜାଲ ଚିକିତ୍ସା ନାଁରେ ବିପୁଳ ସରକାରୀ ଅର୍ଥ ଖର୍ଚ୍ଚ କଥା କହୁଥିଲେ। ଯାହାକି ଓଡ଼ିଶାରେ କରୋନା ପରିଚାଳନାରେ ହୋଇଥିବା ବ୍ୟାପକ ଦୁର୍ନୀତିର ବାସ୍ତବତା। ବାକ୍ ସ୍ୱାଧୀନତା ପାଇଁ ଲଢୁଥିବା ସାମାଜିକ କର୍ମାମାନେ ଏନେଇ ମୁହଁ ଖୋଲିବେକି ବୋଲି ପ୍ରଶ୍ନ କରିଛନ୍ତି ବୈଜୟନ୍ତ।