• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pradesh Pratyush

ଭୁବନେଶ୍ୱର : ନୂଆ ସିଲାବସ୍, ଆଉ ନୂଆ ପରୀକ୍ଷା ପ୍ରଣାଳୀ । ଏଣିକି ଯୁକ୍ତ ତିନି ଛାତ୍ରଛାତ୍ରୀ ମଲ୍ଟି ପାଟର୍ଣ୍ଣ କୋଶ୍ଚିନ୍‌ ସାମ୍ନା କରିବେ। ପ୍ରତିଯୋଗିତାମୂଳକ ପରୀକ୍ଷାକୁ ଦୃଷ୍ଟିରେ ରଖି ସିଲାବସ୍ ପ୍ରସ୍ତୁତ ହୋଇଛି । ସେଥିଲାଗି ପରୀକ୍ଷା ପଦ୍ଧତିକୁ ମଧ୍ୟ ପ୍ରତିଯୋଗିତାମୂଳକ ଢାଞ୍ଚାରେ କରିବାକୁ ନିଷ୍ପତ୍ତି ନେଇଛି ଉଚ୍ଚଶିକ୍ଷା ବିଭାଗ। ଯାହାକୁ ଛାତ୍ରଛାତ୍ରୀ ଓ ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷ ସ୍ୱାଗତ କରିଛନ୍ତି।

ବଦଳିବ ଯୁକ୍ତ ତିନି ପରୀକ୍ଷା ଢାଞ୍ଚା । ଦୀର୍ଘ ଉତ୍ତରମୂଳକ ପ୍ରଶ୍ନ ବଦଳରେ ଆସିବ ମଲ୍ଟି ପ୍ୟାଟର୍ଣ୍ଣ କୋଶ୍ଚିନ୍ । ଚଳିତ ବର୍ଷଠାରୁ ନୂଆ ସିଲାବସ୍ ଲାଗୁ କରିଥିବା ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏହି ନିଷ୍ପତ୍ତି ହୋଇଛି । ଏଣିକି ୧, ୨, ୩ ଓ ୫ ମାର୍କ ବିଶିଷ୍ଟ ପ୍ରଶ୍ନ ଆସିବ । ଯୁକ୍ତ ତିନି ପରୀକ୍ଷାରେ ପ୍ରଥମ ବର୍ଷରେ ଆଡମିଶନ୍ ନେଇଥିବା ଛାତ୍ରଛାତ୍ରୀଙ୍କଠାରୁ ଏହି ସଂସ୍କାରମୂଳକ ପରୀକ୍ଷା ଆରମ୍ଭ ହେବ।

ଏଥିପାଇଁ ପ୍ରଥମ ପର୍ଯ୍ୟାୟ ନାମଲେଖା ପରେ ପରେ ହିଁ ନୂଆ ଢାଞ୍ଚାରେ ପିଲାଙ୍କୁ ଶିକ୍ଷାଦାନ ଆରମ୍ଭ ହୋଇସାରିଛି । ଛାତ୍ରଛାତ୍ରୀଙ୍କୁ ସର୍ବଭାରତୀୟ ସ୍ତରର ପ୍ରତିଯୋଗିତାମୂଳକ ପରୀକ୍ଷା ଲାଗି ପ୍ରସ୍ତୁତ କରାଇବା ହେଉଛି ଏହା ପଛର ମୁଖ୍ୟ ଉଦ୍ଦେଶ୍ୟ ।

ପ୍ରଶାସନିକ ପରୀକ୍ଷା କ୍ଷେତ୍ରରେ ଓଡିଆ ଛାତ୍ରଛାତ୍ରୀମାନେ ବହୁ ପଛରେ ରହୁଛନ୍ତି ଏହି ସ୍ଥିତିରେ ସୁଧାର ଆଣିବା ଲାଗି ଚଳିତ ବର୍ଷ ଠାରୁ ଲଜିକାଲ୍ ରିଜନିଂ ଓ କ୍ୱାଣ୍ଟିଟେଟିଭ୍ ଆପ୍‌ଟିଚ୍ୟୁଡ୍‌ ଏବଂ ଇଂରାଜୀ ବିଷୟ ଛାତ୍ରଛାତ୍ରୀଙ୍କ ଲାଗି ବାଧ୍ୟତାମୂଳକ କରାଯାଇଛି। ଉଭୟ ବିଷୟ ୧୦୦ ମାର୍କ ଲେଖାଏଁ ରହିବ । ଫଳରେ ଛାତ୍ରଛାତ୍ରୀମାନେ ପ୍ରତିଯୋଗିତା ମୂଳକ ପରୀକ୍ଷା ଲାଗି କଲେଜ୍ ସ୍ତରରୁ ହିଁ ଶିକ୍ଷା ପାଇପାରିବେ। ପ୍ରଥମ ବର୍ଷରେ ପାଦ ଦେଇଥିବା ଛାତ୍ରଛାତ୍ରୀ ସିଲାବସ୍ ଓ ପରୀକ୍ଷା ସଂସ୍କାରକୁ ନେଇ ସନ୍ତୋଷ ପ୍ରକାଶ କରିଛନ୍ତି।

ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ଲାଗି ନୂଆ ପରୀକ୍ଷା ପ୍ରଣାଳୀ ଲାଗୁ ହେବ। ତେବେ ଦ୍ୱିତୀୟ ଓ ତୃତୀୟ ବର୍ଷର ଛାତ୍ରଛାତ୍ରୀ ପୁରୁଣା ଢାଞ୍ଚାରେ ପରୀକ୍ଷା ଦେବେ । ଗୁଣାତ୍ମକ ଶିକ୍ଷା ପ୍ରଦାନ ଲାଗି ଉଚ୍ଚ ଶିକ୍ଷା ବିଭାଗର ଏହି ନିଷ୍ପତ୍ତିର କେତେ ସୁଫଳ ମିଳୁଛି ତାଉପରେ ନଜର ରହିଛି।

Odisha-plus-iii-question-pattern-to-change
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories