ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ, ପାସ୍ ହାର ୭୪.୯୫%
ଭୁବନେଶ୍ୱର: ପ୍ରକାଶ ପାଇଲା +୨ ବାଣିଜ୍ୟ ରେଜଲ୍ଟ। ଚଳିତ ବର୍ଷ +୨ ବାଣିଜ୍ୟରେ ପାସ୍ ହାର ୭୪.୯୫% ରହିଛି।
ଆହୁରି ପଢ଼ନ୍ତୁ
ଚଳିତ ବର୍ଷ ମୋଟ୍ ୨୫, ୭୭୨ ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯, ୩୧୮ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
- ୧୨, ୨୧୫ ଜଣ ପୁଅ ( ୭୩.୩୭%) ଓ ୭,୧୦୩ଜଣ ଝିଅ ପାସ୍ (୭୭.୮%) କରିଛନ୍ତି।
- ପ୍ରଥମ ଶ୍ରେଣୀରେ ୬,୬୧୦, ଦ୍ୱିତୀୟ ଶ୍ରେଣୀରେ ୪,୨୫୯ ଓ ତୃତୀୟ ଶ୍ରେଣୀରେ ୮,୩୬୧ ଜଣ ଛାତ୍ରଛାତ୍ରୀ ପାସ୍ କରିଛନ୍ତି।
- ପାସ୍ ହାରରେ ନୟାଗଡ଼ ସର୍ବାଧିକ ଥିବାବେଳେ ଦେବଗଡ଼ ସର୍ବନିମ୍ନ ରହିଛି।
- ୯୦ ପ୍ରତିଶତରୁ ଅଧିକ ନମ୍ବର ରଖିଛନ୍ତି ୪୦ ଜଣ ଛାତ୍ରଛାତ୍ରୀ।
- ୨୯ଟି କଲେଜରେ ଶତ ପ୍ରତିଶତ ପିଲା ପାସ୍ କରିଛନ୍ତି।
- ୨ଟି କଲେଜରେ କୌଣସି ପିଲା ପାସ୍ କରି ନାହାନ୍ତି।