ସେପ୍ଟେମ୍ବର ପ୍ରଥମ ସପ୍ତାହରେ ପ୍ରକାଶିତ ହେବ ଯୁକ୍ତ ଦୁଇ କଳା ରେଜଲ୍ଟ

ଭୁବନେଶ୍ୱର: ସେପ୍ଟେମ୍ବର ପ୍ରଥମ ସପ୍ତାହରେ ଯୁକ୍ତ ଦୁଇ କଳା ରେଜଲ୍ଟ ପ୍ରକାଶ ପାଇବ। +2 କଳା ସହିତ ଧନ୍ଦାମୂଳକ ପରୀକ୍ଷା ଫଳ ବି ପ୍ରକାଶ ପାଇବ। ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ଏହି ସୂଚନା ଦେଇଛନ୍ତି।

ପୂର୍ବରୁ ଅଗଷ୍ଟ ଶେଷରେ କଳା ରେଜଲ୍ଟ ବାହାରିବା ନେଇ ଘୋଷଣା କରାଯାଇଥିଲା। କିନ୍ତୁ CHSEର ୨ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେବା ପରେ ପରୀକ୍ଷା ଫଳ ପ୍ରକାଶ ପାଇବାକୁ ବିଳମ୍ବ ହୋଇଥିବା ସୂଚନା ମିଳିଛି।

ପୂର୍ବରୁ ବିଜ୍ଞାନ ଓ ବାଣିଜ୍ୟରେ ଯୁକ୍ତ ଦୁଇ ରେଜଲ୍ଟ ପ୍ରକାଶିତ ହୋଇ ସାରିଛି। ଅଗଷ୍ଟ ୧୯ ତାରିଖରେ +୨ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିଲା। ଏଥିରେ ପାସ୍‌ ହାର ୭୪.୯୫% ରହିଛି। ଚଳିତ ବର୍ଷ ମୋଟ୍‌ ୨୫, ୭୭୨ ଜଣ ଛାତ୍ରଛାତ୍ରୀ +୨ ବାଣିଜ୍ୟ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ୧୯, ୩୧୮ଜଣ ଛାତ୍ରଛାତ୍ରୀ ପାସ୍‌ କରିଛନ୍ତି। ୨୯ଟି କଲେଜରେ ଶତ ପ୍ରତିଶତ ପିଲା ପାସ୍ କରିଥିବା ବେଳେ ୨ଟି କଲେଜ ରେଜଲ୍ଟ ଶୂନ ଥିଲା।

ସେହିଭଳି ଅଗଷ୍ଟ ୧୨ ତାରିଖରେ ପ୍ରକାଶ ପାଇଥିବା +2 ବିଜ୍ଞାନ ପରୀକ୍ଷା ଫଳରେ  ପାସ୍ ହାର ୭୦.୨୧%  ରହିଥିବା ବେଳେ ୯୭, ୩୭୭ଜଣ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ୬୮, ୩୭୪ ଜଣ ପାସ୍ କରିଥିଲେ। ସେହଭଳି ୧୫ ସ୍କୁଲ୍‌ର ରେଜଲ୍ଟ ଜିରୋ ରହିଥିଲା। ଏନେଇ ସରକାର ଉକ୍ତ ସ୍କୁଲ୍‌ଗୁଡ଼ିକୁ ନୋଟିସ ମଧ୍ୟ କରିଥିଲେ। ସୂଚନା ଥାଉକି, ଚଳିତ ବର୍ଷ ରାଜ୍ୟରେ ମୋଟ୍ ୩ ଲକ୍ଷ ୫୦ ହଜାର ଛାତ୍ରଛାତ୍ରୀ ଯୁକ୍ତ ୨ ପରୀକ୍ଷା ଦେଇଥିଲେ।

ଆହୁରି ପଢ଼ନ୍ତୁ

ବୈଜୟନ୍ତ ପୁଣି ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ

ଉଚ୍ଛେଦ ହେଲା ଭୁବନେଶ୍ୱର ୟୁନିଟ-୨ ମାର୍କେଟ ବିଲ୍ଡିଂର ଉଠା ଦୋକାନ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

You might also like