ଭୁବନେଶ୍ୱର: ଶନିବାର ପ୍ରକାଶ ପାଇବ ଯୁକ୍ତ ୨ କଳା ପରୀକ୍ଷା ରେଜଲ୍ଟ। ଶନିବାର ଅପରାହ୍ଣ ୪ଟାରେ CHSE କାର୍ଯ୍ୟାଳୟରେ ରେଜଲ୍ଟ ପ୍ରକାଶ ପାଇବ। ଏ ନେଇ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି। ଛାତ୍ରଛାତ୍ରୀମାନେ CHSE ୱେବ୍ସାଇଟ୍ରେ ରେଜଲ୍ଟ ପାଇପାରିବେ।
ଚଳିତ ବର୍ଷ କଳାରେ ୨ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି। ଅଗଷ୍ଟ ଶେଷ ସପ୍ତାହ ସୁଦ୍ଧା ପରୀକ୍ଷା ଫଳ ପ୍ରକାଶ କରିବାକୁ ମାଧ୍ୟମିକ ଶିକ୍ଷା ପରିଷଦ ଯୋଜନା ରଖିଥିଲା। ତେବେ ମାଧ୍ୟମିକ ଶିକ୍ଷା ପରିଷଦର ଦୁଇଜଣ କର୍ମଚାରୀଙ୍କୁ କରୋନା ହେବା ପରେ ତାରିଖକୁ ସେପ୍ଟେମ୍ବର ପ୍ରଥମ ସପ୍ତାହକୁ ରେଜଲ୍ଟ ଘୋଷଣା ତାରିଖ ଘୁଞ୍ଚା ଯାଇଥିଲା। ଗତବର୍ଷ କଳାରେ ୬୫.୮୯% ଛାତ୍ରଛାତ୍ରୀ ପାସ୍ କରିଥିଲେ।
ସୂଚନାଥାଉ କି, ଅଗଷ୍ଟ ୧୯ରେ ଯୁକ୍ତ ଦୁଇ ବାଣିଜ୍ୟ ରେଜଲ୍ଟ ପ୍ରକାଶ ପାଇଥିବା ବେଳେ ଅଗଷ୍ଟ ୧୨ରେ ଯୁକ୍ତ ଦୁଇ ବିଜ୍ଞାନ ରେଜଲ୍ଟ ପ୍ରକାଶ ପାଇଥିଲା।