ଏଣିକି ଓଡ଼ିଶାରେ ଗଡ଼ିବ ଇଲେକ୍ଟ୍ରିକ୍‌ ବସ୍

ଭୁବନେଶ୍ୱର: ପ୍ରଦୂଷଣ ରୋକିବାକୁ ରାଜ୍ୟର ତିନି ପ୍ରମୁଖ ସହରରେ ଇଲେକ୍ଟ୍ରିକ୍‌ ବସ୍ ଗଡ଼ିବ। ଭୁବନେଶ୍ୱର, କଟକ ଓ ପୁରୀରେ ଏହି ବସ୍ ଚଳାଚଳ କରିବ।

ଏଥିପାଇଁ ବିଭିନ୍ନ ଷ୍ଟେକ୍‌ ହୋଲ୍‌ଡରଙ୍କ ମଧ୍ୟରେ ଏମଓୟୁ ବଣ୍ଟନ କରାଯାଇଥିବା ବିଜ୍ଞାନ ଓ କାରିଗରୀ କୌଶଳ ବିଭାଗ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା କହିଛନ୍ତି।

ରାଜ୍ୟରେ ପ୍ରଦୂଷଣ ରୋକିବା ନେଇ ରାଜ୍ୟ ସରକାର କ’ଣ ସବୁ ପଦକ୍ଷେପ ନେଉଛନ୍ତି ବୋଲି ବିଧାନସଭାରେ ବିରୋଧୀଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି।

You might also like