ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ କେନ୍ଦ୍ର ଓ ରାଜ୍ୟକୁ ଟାର୍ଗେଟ୍ କଲେ ନିରଞ୍ଜନ

ଭୁବନେଶ୍ୱର: ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ନେଇ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ପ୍ୟାକେଜ୍ ଘୋଷଣା ଲୋକଙ୍କୁ ଲୁଟ୍ ପାଇଁ ରାସ୍ତା। ଆଉ ତାର ଉଦାହରଣ ହେଉଛି ତେଲ ଦର ବୃଦ୍ଧି ବୋଲି କହିଛନ୍ତି ନିରଞ୍ଜନ।

ଏହାଦ୍ୱାରା ଦରଦାମ୍ ବଢ଼ିବ। ଗ୍ରାହକ ଆହୁରି ହଇରାଣ ହେବେ। କେନ୍ଦ୍ର ଓ ରାଜ୍ୟ ସରକାର ଲୋକଙ୍କୁ ସାହାଯ୍ୟ କରୁଛନ୍ତି ନା ଆର୍ଥିକ ଦଣ୍ଡ ଦେଉଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ନିରଞ୍ଜନ। ଏହି ପ୍ରସଙ୍ଗରେ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର ମଧ୍ୟ ବିଜେଡିକୁ ଟାର୍ଗେଟ୍ କରିଛନ୍ତି।

ସେ ଟ୍ୱିଟ୍ କରିଛନ୍ତି ଯେ କରୋନା ମହାମାରୀ ବେଳେ କେନ୍ଦ୍ର ସରକାର ଲୋକଙ୍କୁ ସାହାଯ୍ୟ କରିବାକୁ ଆପ୍ରାଣ ଉଦ୍ୟମ କରୁଥିବାବେଳେ ବିଜେଡି ସରକାର କିନ୍ତୁ ପେଟ୍ରୋଲ୍ , ଡିଜେଲ ଉପରେ ଭାଟ୍ ବଢ଼ାଇ ଲୋକଙ୍କ ମେରୁଦଣ୍ଡକୁ କୁଠାରଘାତ କରିଛନ୍ତି।

ସେପଟେ ତେଲ ଦର ବୃଦ୍ଧି ନେଇ ପ୍ରତିକ୍ରିୟା ରଖି ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା କହିଛନ୍ତି, ବର୍ତ୍ତମାନର ଆବଶ୍ୟକତାକୁ ନଜରରେ ରଖି ତେଲ ଦର ବୃଦ୍ଧି କରାଯାଇଛି। ଏବଂ ଯାହା କରାଯାଇଛି ଠିକ୍ କରାଯାଇଛି।

You might also like