‘ଗୋଷ୍ଠୀ ସଂକ୍ରମଣ ଆରମ୍ଭ ହେଲେ ଭୟାନକ ପରିସ୍ଥିତି ହେବ, ସଟ୍‌ଡାଉନ୍‌ କର’

ଭୁବନେଶ୍ୱର: କରୋନା ନେଇ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ସେ କହିଛନ୍ତି, କିଛି ଦିନ ତଳେ ଓଡ଼ିଶାରେ କରୋନା ପ୍ରବାସୀଙ୍କ ମଧ୍ୟରେ ସୀମିତ ଥିଲା। ଏବେ ଦେଖାଗଲାଣି ଏହା ଗୋଷ୍ଠୀ ସଂକ୍ରମଣ ଆଡ଼କୁ ଗତି କରୁଛି। ଗୋଷ୍ଠୀ ସଂକ୍ରମଣ ଥରେ ଆରମ୍ଭ ହେଲେ ଭୟାନକ ପରିସ୍ଥିତି ସୃଷ୍ଟି କରିବ ବୋଲି ନିରଞ୍ଜନ କହିଛନ୍ତି।

କରୋନା ସଂକ୍ରମଣରେ ଉଦ୍‌ବେଗ ପ୍ରକାଶ କରି ସଟ୍‌ଡାଡାଉନ୍ ଘୋଷଣା କରିବାକୁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି ନିରଞ୍ଜନ ପଟ୍ଟନାୟକ। ଯେଉଁଠି କରୋନା ଜୋର୍ ବ୍ୟାପୁଛି, ସେହି ଜିଲ୍ଲାଗୁଡ଼ିକରେ ସଟ୍‌ଡାଉନ୍ କରାଯାଉ ବୋଲି ନିରଞ୍ଜନ କହିଛନ୍ତି।

ଆହୁରି ପଢ଼ନ୍ତୁ

You might also like