‘ପିସିସି ସଭାପତି ଛୋଟପିଲା ଭଳି ମନ୍ତବ୍ୟ ଦେଇଛନ୍ତି’

ଭୁବନେଶ୍ୱର: ପୂର୍ବତନ ବାଚସ୍ପତି ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବା କଥାକୁ ନେଇ ଆଇନ ମନ୍ତ୍ରୀ ପ୍ରତାପ ଜେନା ସ୍ପଷ୍ଟୀକରଣ ଦେଇଛନ୍ତି। ଗାର୍ଡ ଅଫ୍ ଅନର ପାଇଁ ପ୍ରସ୍ତୁତି ସରିଥିଲା, କିନ୍ତୁ ସଂଧ୍ୟା ଯୋଗୁଁ ଦିଆଯାଇପାରିଲା ନାହିଁ ବୋଲି ମନ୍ତ୍ରୀ କହିଛନ୍ତି।

ଶରତ କରଙ୍କୁ ଗାର୍ଡ ଅଫ୍ ଅନର ଦିଆନଯିବାରୁ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଅଭିଯୋଗ ଆଣିଥିଲେ। ଏହାର ଜବାବରେ ମନ୍ତ୍ରୀ କହିଛନ୍ତି ଯେ, ପରିବାରର ଇଚ୍ଛା ଏବଂ କୋଭିଡ଼ କଟକଣା ମାନି ସବୁକିଛି କରାଗଲା। କୋଭିଡରେ ଆକ୍ରାନ୍ତ ଥିବାରୁ ମରଶରୀର ବିଧାନସଭାକୁ ନିଆଯାଇ ପାରିଲାନାହିଁ ବୋଲି ସେ କହିଛନ୍ତି। ଏହା ସହ ତାଙ୍କୁ ଶେଷ ସମ୍ମାନ ଜଣାଇବାକୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କୁ ମୁଖ୍ୟମନ୍ତ୍ରୀ ପଠାଇଥିଲେ ବୋଲି ଶ୍ରୀ ଜେନା କହିଛନ୍ତି।

ଏତେବଡ଼ ରାଜନେତାଙ୍କୁ ଏଭଳି ଅବହେଳା ଦୁଃଖଦାୟକ ବୋଲି ପିସିସି ସଭାପତି ଗତକାଲି କହିବା ସହ ଏନେଇ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। ତେବେ ପିସିସି ସଭାପତି ଛୋଟପିଲା ଭଳି ମନ୍ତବ୍ୟ ଦେଇଛନ୍ତି ବୋଲି ମନ୍ତ୍ରୀ ପ୍ରତାପ ଜେନା କହିଛନ୍ତି। ତେବେ ମନ୍ତ୍ରୀଙ୍କ ମନ୍ତବ୍ୟ ଉପରେ ନିରଞ୍ଜନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ।

You might also like