• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Sarbeswar

ଭୁବନେଶ୍ୱର: ଏଥର ବି ବିନା ପରୀକ୍ଷାରେ ସମସ୍ତେ ହେବେ ପାସ୍। ପ୍ରଥମରୁ ଅଷ୍ଟମ ପିଲା ପାଇବେ କ୍ଲାସ୍ ପ୍ରମୋସନ। କରୋନା ସଂକ୍ରମଣ ଡରରେ ଏ ପର୍ଯ୍ୟନ୍ତ କ୍ଲାସ୍‌ ଖୋଲିନଥିବାରୁ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ସେପଟେ ମାଟ୍ରିକ୍ ପରୀକ୍ଷାକୁ ଆଉ ଦେଢ଼ ମାସ ଥିବାରୁ ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଛି। ପିଲାଙ୍କୁ ବୋର୍ଡ ଢାଞ୍ଚାରେ ପରୀକ୍ଷା କରାଇ ସନ୍ଦେହ ଦୂର କରିବାକୁ ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦେଇଛି ବିଭାଗ।

କରୋନା ପାଇଁ ଗତବର୍ଷ ତ ଯାହା ଯାଇଥିଲା, ଯାଇଥିଲା। ଏବର୍ଷ ବି ଏ ଯାଏଁ ସ୍କୁଲ ମାଟି ମାଡ଼ିପାରିଲେନି ପ୍ରାଥମିକ ଶ୍ରେଣୀ ଛାତ୍ରଛାତ୍ରୀ। ଅନ୍ଲାଇନ୍ ପାଠପଢ଼ା କଥା ବି ନକହିବା ଭଲ। ତଥ୍ୟ କହୁଛି ମାତ୍ର ୨୨ ପ୍ରତିଶତଙ୍କ ପାଖରେ ଅନ୍ଲାଇନ୍ ଶିକ୍ଷା ପହଞ୍ଚିପାରିଛି। ତେଣୁ କ୍ଲାସରୁମ୍‌ ପାଠପଢ଼ା ହୋଇ ନଥିବାରୁ ପ୍ରଥମରୁ ଅଷ୍ଟମ ସମସ୍ତଙ୍କୁ ପାସ୍ କରାଇବାକୁ ନିଷ୍ପତ୍ତି ହୋଇଛି। ଏନେଇ ଖୁବଶୀଘ୍ର ବିଭାଗୀୟ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ଜଣାଯାଇଛି।

ତେବେ କ୍ଲାସ୍ ଚାଲିଥିବାରୁ ଅଫଲାଇନ୍‌ରେ ନବମ ଶ୍ରେଣୀ ପିଲାଙ୍କ ପରୀକ୍ଷା ହେବ। ସେପଟେ ସିବିଏସ୍ଇ ଏପ୍ରିଲରୁ ନୂଆ ଶିକ୍ଷାବର୍ଷ ଆରମ୍ଭ କରୁଛି। ହେଲେ ଖରାକୁ ଦେଖି ଗଣଶିକ୍ଷା ବିଭାଗ ଏପ୍ରିଲ୍ ବଦଳରେ ଜୁନରୁ ନୂଆ ଶିକ୍ଷାବର୍ଷ ଆରମ୍ଭ ଲାଗି ବିଚାର କରୁଥିବା ବିଭାଗୀୟ ମନ୍ତ୍ରୀ ସୂଚନା ଦେଇଛନ୍ତି। ଆଜି ପୁରୀର ଏକ ସ୍କୁଲକୁ ଅଚାନକ ଗସ୍ତ କରି ମାଟ୍ରିକ୍ ପରୀକ୍ଷା ପ୍ରସ୍ତୁତିର ତଦାରଖ କରିବା ଅବସରରେ ଏହା କହିଛନ୍ତି ମନ୍ତ୍ରୀ।

ଗଣଶିକ୍ଷାମନ୍ତ୍ରୀ ସମୀର ରଞ୍ଜନ ଦାସ କହିଛନ୍ତି ଯେ, କରୋନା ଲାଗି ଯେହେତୁ କ୍ଲାସ ଖୋଲୁନାହିଁ ତେଣୁ ପରୀକ୍ଷା ହେବାର ପ୍ରାୟତଃ ସମ୍ଭାବନା ନାହିଁ। ଏହାସହ ଅନଲାଇନରେ ପରୀକ୍ଷା କରାଇବା ଆମ ପକ୍ଷରେ ସମ୍ଭବ ନୁହେଁ ବୋଲି ସଫା ସଫା କହିଛନ୍ତି ସମୀର। ଏହାସହ ଖରାକୁ ଦେଖି ଆମକୁ ପୁଣି ଥରେ ନିଷ୍ପତ୍ତି ବଦଳାଇବାକୁ ପଡିଲା। ତେଣୁ ଆଗାମୀ ଦିନରେ ଖରା ନିଶ୍ଚିତ ବଢିବ। ତେଣୁ ଏପ୍ରିଲ ଓ ମେ ମାସରେ ସ୍କୁଲ ଖୋଲିବା ଆମ ପକ୍ଷରେ କଷ୍ଟକର ହୋଇପଡିବ ବୋଲି ମନ୍ତ୍ରୀ କହିଛନ୍ତି।

ଏପଟେ ବିଭାଗର ନିଷ୍ପତ୍ତିକୁ ଶିକ୍ଷକ ସଂଘ ସ୍ୱାଗତ କରିଥିବାବେଳେ ଅଭିଭାବକ ଓ ଛାତ୍ରଛାତ୍ରୀ କିନ୍ତୁ ଦେଇଛନ୍ତି ମିଶ୍ର ପ୍ରତିକ୍ରିୟା। ଏଥର ନୂଆ ଢାଞ୍ଚାରେ ମାଟ୍ରିକ୍ ପରୀକ୍ଷା ହେଉଥିବାରୁ ଛାତ୍ରଛାତ୍ରୀଙ୍କୁ ଏଥିସହ ଅଭ୍ୟସ୍ତ କରିବାକୁ ମାର୍ଚ୍ଚ ଶେଷ ସୁଦ୍ଧା ଅଭ୍ୟାସ ପରୀକ୍ଷା କରାଇବାକୁ ଡିଇଓ ମାନଙ୍କୁ ନିର୍ଦ୍ଦେଶ ଦେଇଛି ଗଣଶିକ୍ଷା ବିଭାଗ।

ପୁରୀରୁ ମଧୁସୂଦନ ମିଶ୍ର, ବାଲେଶ୍ୱରରୁ ରଶ୍ମୀରଞ୍ଜନ ଦାସ ଓ ଭୁବନେଶ୍ୱରରୁ ଜଗଦୀଶ ଦାସଙ୍କ ରିପୋର୍ଟ

Odisha-no-exams-for-class-1-8-students-new-academic-session-from-april-samir-dash
  • Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

404 Page not found!

We're sorry, but we can't find the page you were looking for. It's probably something we've done wrong but now we know about it and we'll try to fix it. In the meantime, try one of these options:

go to home page

Suggested stories