‘ନାସାର ରୋଭର୍‌ ଚ୍ୟାଲେଞ୍ଜ’ରେ ଓଡ଼ିଶା ତୃତୀୟ

ଭୁବନେଶ୍ୱର: ନାସା ପାଇଁ ରୋଭର ପ୍ରସ୍ତୁତ କରିଥିବା ଓଡିଶାର ନାପସାଟ୍ ଟିମ୍‌କୁ ସମ୍ମାନଜନକ ପୁରସ୍କାର ମିଳିଛି। ହାଇସ୍କୁଲ ଡିଭିଜନରେ ଏହି ଟିମକୁ ବେଷ୍ଟ ଭିଡିଓଗ୍ରାଫି ଆୱାର୍ଡ ମିଳିଛି। ଭାରତର ପ୍ରଥମ ହାଇସ୍କୁଲ ଟିମ୍ ଭାବେ ଓଡିଶାକୁ ଏହି ପୁରସ୍କାର ମିଳିଛି। ସାରା ବିଶ୍ୱର ୮୭ଟି ଟିମ ନେଇ ହୋଇଥିବା ଏହି ପ୍ରତିଯୋଗିତାରେ ନାପସାଟ୍ ଟିମ୍ ତୃତୀୟସ୍ଥାନ ହାସଲ କରିଛି।

କଟକ ୪୨ ମୌଜାର ଯୁବ ବୈଜ୍ଞାନିକ ଅନିଲ ପ୍ରଧାନଙ୍କ ନେତୃତ୍ୱରେ ଓଡିଶାର ବଛାବଛା ୧୦ଜଣ ଛାତ୍ରଛାତ୍ରୀ ନାସା ପାଇଁ ପ୍ରସ୍ତୁତ କରିଥିଲେ ରୋଭର। ଅନଲାଇନରେ ଉପସ୍ଥାପନ କରିଥିଲେ। ଗତକାଲି ଭର୍ଚୁଆଲ ପ୍ଲାଟଫର୍ମରେ ନାପସାଟ୍ ଟିମକୁ ତୃତୀୟ ସ୍ଥାନ ହାସଲ କରିଥିବା ଘୋଷଣା କରାଯାଇଥିଲା।

ୟଙ୍ଗ ଟିଙ୍କର୍‌ଙ୍କ ସଫଳତା ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁଭେଚ୍ଛା ଜଣାଇଛନ୍ତି। ସେ କହିଛନ୍ତି ଯେ NASA – National Aeronautics and Space Administration, NASA Human Exploration Rover Challenge ପ୍ରତିଯୋଗିତାରେ ଓଡ଼ିଶାର ଟିମ୍‌ ତୃତୀୟ ସ୍ଥାନ ହାସଲ କରିଥିବାରୁ ନଭୋନ୍‌ମେଶ ପ୍ରସାର ଫାଉଣ୍ଡେସନ୍‌କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ସଫଳତା ବୈଜ୍ଞାନିକ ଓ ଭଦ୍ଭାବକଙ୍କୁ ପ୍ରେରଣା ଯୋଗାଇବ ବୋଲି ସେ କହିଛନ୍ତି।

କିଭଳି ହୋଇଥିଲା ଉପସ୍ଥାପନା

୧୯ ବର୍ଷରୁ କମ୍ ଛାତ୍ରଛାତ୍ରୀ ପ୍ରସ୍ତୁତ କରିଥିଲେ ଏହି ରୋଭର। ୟଙ୍ଗ ଟିଙ୍କର୍ ଟିମ୍ ରାଜ୍ୟର ବିଭିନ୍ନ ସ୍ଥାନରୁ ବଛା ବଛା ଯୁବ ବୈଜ୍ଞାନିକ ଏହି ଟିମରେ ସାମିଲ ହୋଇଥିଲେ । ଟିମ୍ ଲିଡର ଅନିଲ ପ୍ରଧାନଙ୍କ ନେତୃତ୍ୱରେ ମହାକାଶ ଗବେଷଣା ଅନୁସନ୍ଧାନ କେନ୍ଦ୍ର ନାସା ପାଇଁ ପ୍ରସ୍ତୁତ ହୋଇଥିଲା। ସାଇକେଲ, ବାଇକ୍, ଅଟୋ ଓ କାରର ବିଭିନ୍ନ ଯନ୍ତ୍ରାଂଶକୁ ନେଇ ତିଆରି ହୋଇଛି ନାପସାଟ୍ ନାମକ ଏହି ରୋଭର। ଏହି ରୋଭର କରୋନା ପାଇଁ ନାସା ଗସ୍ତକୁ ବନ୍ଦ ରଖାଯାଇଥିଲା। ଫଳରେ ଟିମ୍ ସଦସ୍ୟ ଅନଲାଇନରେ ଉପସ୍ଥାପନ କରିଥିଲେ। ଏହି ରୋଭର ହ୍ୟୁମାନ ଏକ୍ସପ୍ଲୋରେସନ ରୋଭର ଚାଲେଞ୍ଜକୁ ଆଖି ଆଗରେ ରଖାଯାଇ ପ୍ରସ୍ତୁତ କରାଯାଇଥିଲା। ୮ମାସ ହେଲା ଦିନରାତି ଏକ କରି ଯୁବ ବୈଜ୍ଞାନିକମାନେ ରୋଭର ପ୍ରସ୍ତୁତ କରି ପାରିଥିଲେ । (ପୂର୍ବରୁ ପ୍ରସାରିତ ଭିଡିଓ)

You might also like