ସ୍କୁଲ ଛାତରୁ ଡେଇଁ ପଡ଼ିଲେ ଛାତ୍ରୀ !

ଆସିକା: ଗଞ୍ଜାମ ଜିଲ୍ଲା ପଦ୍ମନାଭପୁରରେ ଥିବା ଏକ ସ୍କୁଲରେ ଛାତ୍ରୀଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଶୁକ୍ରବାର ରାତି ପ୍ରାୟ ୨ଟା ସମୟରେ ଜଣେ ନବମ ଶ୍ରେଣୀ ଛାତ୍ରୀ ସ୍କୁଲ ଛାତରୁ ତଳକୁ ଡେଇଁପଡ଼ିଥିବା ଅଭିଯୋଗ ହୋଇଛି। ତାଙ୍କ ଗୋଡ଼ରେ ଆଘାତ ଲାଗିଛି।

ଛୁଟିରେ ଘରକୁ ଛଡ଼ା ନ ଯିବା ଓ ମାନସିକ ନିର୍ଯାତନା ଦିଆଯାଉଥିବା ନେଇ ଛାତ୍ରୀ ଜଣକ ଅଭିଯୋଗ କରିଛନ୍ତି।

ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକେ ଉକ୍ତ ଛାତ୍ରୀଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ହେଲେ ଗ୍ରାମବାସୀଙ୍କ ଆଗରେ ଜଣେ ଯୁବକ ସମ୍ପୃକ୍ତ ଛାତ୍ରୀଙ୍କ ସଂପର୍କୀୟ ବୋଲି ପରିଚୟ ଦେଇ ହସ୍ପିଟାଲରୁ ତାଙ୍କୁ ନେଇ ଯାଇଥିଲେ। ଏହାକୁ ନେଇ ଗାଁରେ ଉତ୍ତେଜନା ଦେଖା ଦେଇଥିଲା।

ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଦାବି କରି ଲୋକେ ଥାନାରେ ଏତଲା ଦେବାସହ ରାସ୍ତାରୋକ ମଧ୍ୟ କରିଥିଲେ। ତେବେ ଘଟଣା ସମ୍ପର୍କରେ ଆହତ ଛାତ୍ରୀଙ୍କ ପରିବାର ପକ୍ଷରୁ ଏପର୍ଯ୍ୟନ୍ତ ଥାନାରେ ଅଭିଯୋଗ ହୋଇନାହିଁ।

You might also like