ବାଣ ନାହିଁ କି ବାଜା ନାହିଁ ନିରାଡମ୍ବରରେ ବାହା ହେଲେ କ୍ରୀଡ଼ା ମନ୍ତ୍ରୀ

କୋଣାର୍କ: କାକଟପୁର ବିଧାୟକ ତଥା ରାଜ୍ୟ କ୍ରୀଡା, ଯୁବ ବ୍ୟାପାର ଓ ପ୍ରଯୁକ୍ତି ମନ୍ତ୍ରୀ ତୁଷାରକାନ୍ତି ବେହେରା ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ଗତକାଲି କାକଟପୁର ସ୍ଥିତ ଦେଉଳିମଠରେ ବୈଦିକ ରୀତିରେ ବିବାହ ସମ୍ପନ୍ନ ହୋଇଛି।

Tusharkanti Behera

ମନ୍ତ୍ରୀ ଶ୍ରୀ ବେହେରା ନିଜ ପୈତୃକ ଗାଁ ପୁରୀ ଜିଲ୍ଲା ଅସ୍ତରଙ୍ଗ ବ୍ଲକ୍‌ ନଗର ପଞ୍ଚୟତ ବାଲିଡିଆର  ରୋହିତ ବେହେରାଙ୍କ କନ୍ୟା ନନ୍ଦିନୀଙ୍କ ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି। ବିନା ବାଣ ବାଜାରେ ନିରାଡମ୍ବର ପୂର୍ଣ୍ଣ ଶୋଭାଯାତ୍ରା କରି ବର ବେଶ ସାଜି ମନ୍ତ୍ରୀ ତୁଷାରକାନ୍ତି ଦେଉଳିମଠରେ ପହଞ୍ଚିଥିଲେ। ସେଠାରେ ହିନ୍ଦୁ ରୀତିନୀତି ଅନୁସାରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଥିଲା। ଲୋକମାନଙ୍କ ପାଇଁ ନିରାମିଷ ଭୋଜିର ଆୟୋଜନ ହୋଇଥିଲା।

ବିବାହ ବନ୍ଧନରେ ଆବଦ୍ଧ ନେଇ ମନ୍ତ୍ରୀ ନିଜେ ଟ୍ୱିଟ୍‌ କରିବା ସହ‌ କରି ବିବାହ ବେଳର ଫଟୋ ଶେଆର କରିଛନ୍ତି। ଟ୍ୱିଟ୍‌ କରି ସେ ଲେଖିଛନ୍ତି, କାକଟପୁର ସ୍ଥିତ ଦେଉଳିମଠ ଠାରେ ମୋର ଶୁଭବିବାହ ଆୟୁଷ୍ମତୀ ନନ୍ଦିନୀଙ୍କ ସହ ଯଥାରୀତି ସମ୍ପନ୍ନ ହୋଇଛି l ସମସ୍ତ ଗୁରୁଜନ ବୃନ୍ଦଙ୍କ ଆଶୀର୍ବାଦ ଓ ମୋର ଶୁଭେଛୁମାନଙ୍କ ଶୁଭକାମନା ମୋର ଏକାନ୍ତ କାମ୍ୟ l

You might also like