ନୂଆ ମୋଟରଯାନ ଆଇନ୍‌କୁ ମନ୍ତ୍ରୀ ସୁଶାନ୍ତ ସିଂଙ୍କ ନାପସନ୍ଦ

ଭୁବନେଶ୍ୱର: ଦେଶରେ ନୂଆ ମୋଟରଯାନ ଆଇନ୍ ଲାଗୁ ହେବା ପରେ ରାଜ୍ୟରେ ଜୋରଦାର ଚେକିଂ ଚାଲିଛି। ବିଶେଷ କରି ରାଜଧାନୀ ଭୁବନେଶ୍ୱରରେ କଡ଼ାକଡ଼ି ଭାବେ ଏହାକୁ ପାଳନ କରାଯାଉଛି ଅନ୍ୟପକ୍ଷରେ ଏହି ସଂଶୋଧିତ ଆଇନ୍‌କୁ ମନ୍ତ୍ରୀ ସୁଶାନ୍ତ ସିଂ ନାପସନ୍ଦ କରିଛନ୍ତି।

ସେ କହିଛନ୍ତି,‘୨ ଚକିଆ ଯାନରେ ଗଲେ ଯେତିକି ଫାଇନ୍‌ ଦେବାକୁ ପଡୁଛି ୫୦ ଲକ୍ଷ ଟଙ୍କାର ଗାଡ଼ିରେ ଗଲେ ବି ସେତିକି ଫାଇନ ଦେବାକୁ ପଡୁଛି। ଲୋକ ସାଥିରେ ଯେତିକି ଟଙ୍କା ଧରି ଯାଉନାହାନ୍ତି, ତାଠୁ ଅଧିକ ଫାଇନ୍‌ ଦେବାକୁ ପଡ଼ୁଛି। ଲୋକଙ୍କୁ ପ୍ରଥମେ ସଚେତନ କରାଇ ପରେ ଆଇନ ଲାଗୁ କରିବା କଥା।’

ଶ୍ରୀ ସିଂହ ଆହୁରି କହିଛନ୍ତି,“ଏହି ଆଇନକୁ ତର୍ଜମା କରି ଜରିମାନା କମ୍ କରାଯିବା କଥା।”

ସୂଚନାଯୋଗ୍ୟ, ସେପ୍ଟେମ୍ବର ପହିଲାରୁ ସାରା ଦେଶରେ  ନୂଆ ମୋଟରଯାନ ଆଇନ୍ ଲାଗୁ ହୋଇଛି।

ଆହୁରି ମଧ୍ୟ ପଢ଼ନ୍ତୁ: ଗାଡ଼ି ଚାଳକଙ୍କୁ ସାମାନ୍ୟ ଆଶ୍ୱସ୍ତି; ମାସେ ଯାଏ ପଲ୍ୟୁସନ୍‌ ଚେକିଂ କୋହଳ

You might also like