ଅନ୍‌ଲାଇନ୍‌ ପାଠପଢ଼ା ଉପରେ ଗୁରୁତ୍ୱ

ଭୁବନେଶ୍ୱର: ଅନ୍‌ଲାଇନ୍ ପାଠପଢ଼ା ଉପରେ ଦିଆଯିବ ଗୁରୁତ୍ୱ। ଅନ୍‌ଲାଇନ୍‌ରେ ପିଲାମାନେ କିପରି ବିଭିନ୍ନ ଟପିକ୍ ବିଷୟ ଅନୁସାରେ ପଢିପାରିବେ, ତା ଉପରେ ଗୁରୁତ୍ୱ ଦିଆଯିବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ସୂଚନା ଦେଇଛନ୍ତି।

ବର୍ତ୍ତମାନ ରାଜ୍ୟରେ ୬୦ ଲକ୍ଷ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୨ ଲକ୍ଷ ଛାତ୍ରଛାତ୍ରୀ ଅନଲାଇନ୍‌କୁ ଆସିପାରିଛନ୍ତି। ତେବେ ଯେଉଁମାନେ ଆସିପାରି ନାହାଁନ୍ତି, ଏଥିପାଇଁ ଗଠିତ କମିଟି ଗ୍ରାମାଞ୍ଚଳଗୁଡ଼ିକୁ ଯାଇ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଆଲୋଚନା କରି ଏହାର ବିକଳ୍ପ ଖୋଜିବେ। ତେବେ କେମିତି ଏନେଇ କାର୍ଯ୍ୟ ହେବ ସେ ନେଇ କୌଣସି ସ୍ପଷ୍ଟ ହୋଇନି।

ସେହିପରି ଜୁଲାଇ ୩୧ ପରେ ସ୍କୁଲ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ମନ୍ତ୍ରୀ କହିଛନ୍ତି। ଯୁକ୍ତ ୨ର ବକେୟା ଥିବା ପରୀକ୍ଷା ନେଇ ମଧ୍ୟ ନିଷ୍ପତ୍ତି ହୋଇନଥିବା ମନ୍ତ୍ରୀ ସୂଚନା ଦେଇଛନ୍ତି।

ଅନ୍ୟପଟେ ଚଳିତ ବର୍ଷ ଜୁଲାଇ ୧ ତାରିଖରୁ ହେବାକୁ ଥିବା ସିବିଏସଇ ବୋର୍ଡର ଦଶମ ଓ ଦ୍ୱାଦଶ ଶ୍ରେଣୀର ବଳକା ଥିବା ପରୀକ୍ଷାକୁ ବାତିଲ୍ କରିଦିଆଯାଇଛି। ଗୁରୁବାର ସୁପ୍ରିମକୋର୍ଟରେ ହୋଇଥିବା ଶୁଣାଣିରେ ବୋର୍ଡ ଏହି ସୂଚନା ଦେଇଛନ୍ତି। ସିବିଏସଇ ପକ୍ଷରୁ ସଲିସିଟର୍ ଜେନେରାଲ୍ ତୁଷାର ମେହେଟ୍ଟା ସୁପ୍ରିମକୋର୍ଟରେ ପକ୍ଷ ରଖିଥିଲେ।

ଅନ୍ୟପକ୍ଷରେ ଦିଲ୍ଲୀ, ଓଡ଼ିଶା ଓ ମହାରାଷ୍ଟ୍ର ସରକାର ପକ୍ଷରୁ ପରୀକ୍ଷା ନକରାଇବା ପାଇଁ ଯାଚିକା ଉପରେ ଆଡଭୋକେଟ୍ ଋଷି ମଲହୋତ୍ରା ଦଲିଲ୍ ପୈଠ କରିଥିଲେ। ସିବିଏସଇ ଦଶମ ପରୀକ୍ଷାକୁ ସମ୍ପୂର୍ଣ୍ଣ ବାତିଲ୍‌ କରିବାକୁ ନିଷ୍ପତ୍ତି ନେଇଥିବା ବେଳେ ଦ୍ୱାଦଶ ପରୀକ୍ଷା ଏବ ଅଫ୍‌ସନାଲ୍‌ ହେବ।

 

 

 

 

ଆହୁରି ପଢ଼ନ୍ତୁ

ଓଟିଭି ଏମ୍‌ଡିଙ୍କ ବିରୋଧରେ ପୁଣି ଏକ ଅଭିଯୋଗ

ସହକାରୀ ଜିଲ୍ଲାପାଳଙ୍କୁ ମାଡ଼ ମାରି ପରିବାର ସହ ଗିରଫ ହେଲେ ଘର ମାଲିକ

ଦିନକରେ ୧୬ କରୋନା ରୋଗୀ ଆଖି ବୁଜିଲେ

୨୪ ଘଣ୍ଟାରେ ଚିହ୍ନଟ ହେଲେ ୪, ୩୫୬ କରୋନା ଆକ୍ରାନ୍ତ, ରେକର୍ଡ ଭାଙ୍ଗିଲା ଖୋର୍ଦ୍ଧା‌

ଜବତ ହେଲା ବିପୁଳ ନକଲି କରୋନା ଔଷଧ

ବିଧାନସଭାର ମୌସୁମୀ ଅଧିବେଶନ; ରବିବାର ବି ଚାଲିବ ଗୃହକାର୍ଯ୍ୟ

ବିଧାନସଭା ମୌସୁମୀ ଅଧିବେଶନ; କଭରେଜ କରୁଥିବା ଗଣମାଧ୍ୟମ ପ୍ରତିନିଧିଙ୍କର ହେବ କରୋନା ଟେଷ୍ଟ

ଓଡ଼ିଶୀ ସଂଗୀତକୁ ଶାସ୍ତ୍ରୀୟ ମାନ୍ୟତା ପାଇଁ ଚିଠି ଲେଖିଲେ ନବୀନ

ନାଳରେ ପଶିଗଲା ଚଳନ୍ତା କାର

ବନ୍ଦ ହୋଇଯିବ କି ରାଜଧାନୀର ଦୋକାନ?

ଦିନକରେ ରେକର୍ଡ ସଂଖ୍ୟକ କରୋନା ଆକ୍ରାନ୍ତ ସୁସ୍ଥ

ଭୁବନେଶ୍ୱରରୁ ୩୨୬ କରୋନା ପଜିଟିଭ ଚିହ୍ନଟ, ୨୫୬ ଲୋକାଲ କଣ୍ଟାକ୍ଟ

You might also like