ଜୀବିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଦେଲେ ମନ୍ତ୍ରୀ

ନବରଙ୍ଗପୁର : ନବରଙ୍ଗପୁରରେ ସାଧାରଣତନ୍ତ୍ର ଉତ୍ସବ ସମାରୋହରେ ଭାଷଣ ଦେବାବେଳେ ଜୀବିତ ସ୍ୱାଧୀନତା ସଂଗ୍ରାମୀଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଦେଲେ ପରିବହନ ମନ୍ତ୍ରୀ ନୃସିଂହ ସାହୁ।

ଜିଲ୍ଲାର ଏକମାତ୍ର ଜୀବିତ ସ୍ୱାଧୀନତା ସଂଗ୍ରାମୀ ମହମ୍ମଦ ବାଜୀଙ୍କ ନାଁ ନେଇ ତାଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରୁଛି ବୋଲି ବକ୍ତବ୍ୟ ରଖିଥିଲେ ମନ୍ତ୍ରୀ। ଏହି ଘଟଣାକୁ ନେଇ ଜିଲ୍ଲାର ବୁଦ୍ଧିଜୀବୀଙ୍କ ସହ ଖୋଦ୍ ମହମ୍ମଦ ବାଜିଙ୍କ ପରିବାର ଲୋକେ ବି ଅସନ୍ତୋଷ ପ୍ରକାଶ କରିଛନ୍ତି।

ଏହି ଘଟଣାକୁ ନେଇ ମନ୍ତ୍ରୀ କ୍ଷମା ମାଗିବାକୁ ଦାବି ହେଉଥିବାବେଳେ ଏହା ଉପରେ ମନ୍ତ୍ରୀଙ୍କ ପ୍ରତିକ୍ରିୟା ମିଳିନାହିଁ।

You might also like